ଯୁକ୍ତ ୨ ବିଜ୍ଞାନ ବିଭାଗରେ ଅମିତ ପ୍ରଧାନ ଟପ୍ପର
ଛତ୍ରପୁର(ଓ୍ବାଇଏନଏସ): ବୁଧବାର ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଛତ୍ରପୁର ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଶତପ୍ରତିଶତ ସଫଳତା ମିଳିଛି । ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀନ୍ନ ହୋଇଛନ୍ତି, ୧୦୨ ଜଣ ପ୍ରଥମ ଶ୍ରେଣୀ ସହିତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ ହୋଇଛନ୍ତି । ସେଥିରୁ ୬ ଜଣ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଅନୁଷ୍ଠାନ ର ଗୌରବ ବଢ଼ାଇଛନ୍ତି । ଅମିତ ପ୍ରଧାନ ସର୍ବାଧିକ ୫୫୪ ମାର୍କ ସହ ଅନୁଷ୍ଠାନ ଓ ଛତ୍ରପୁର ବ୍ଲକ ଟପର ହୋଇଛନ୍ତି, ଅନ୍ୟମାନଙ୍କ ମଧ୍ୟ ରେ ପୂର୍ଣ୍ଣ ଚନ୍ଦ୍ର ପାହନ, ରାହୁଲ ସ୍ୱାଇଁ,ବନ୍ଦନା ଶୂଭଦର୍ଶନୀ ପଣ୍ଡା, ଶୁଭଶ୍ରୀ ଖୁଣ୍ଟିଆ ଓ ଦୀପକ ବିଶ୍ୱାଳ ପ୍ରମୁଖ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଛନ୍ତି l ସେହିପରି ୧୯ଜଣ ସେକେଣ୍ଡ କ୍ଲାସ,୭ ଜଣ ତୃତୀୟ ଶ୍ରେଣୀରେ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନଙ୍କୁ ମିଷ୍ଠାନ ବାଣ୍ଟି ଖୁସି ଜାହିର କରିଥିଲେ, ଏହା ସହିତ ଅନୁଷ୍ଠାନ ର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଫୁଲ ତୋଡ଼ା ଓ ମୋମେଂଟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ, ନିର୍ଦେଶକ ମୁନ୍ମୟ ଦାଶ ଙ୍କ ସମେତ ସମସ୍ତ ଅଧ୍ୟାପିକ/ ଅଧ୍ୟାପିକା ମାନେ କୃତି ବିଦ୍ୟାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଚଳିତ ବର୍ଷ ଅନୁଷ୍ଠାନରେ ଯୁକ୍ତ ୩ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଚୂଡାନ୍ତ ପ୍ରସ୍ତୁତି ସରିଛି ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ସୂଚନା ଦେଇଛନ୍ତି l