ବନ୍ୟା ପରିସ୍ଥିତି ନିମନ୍ତେ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ

ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଜ଼ିଲ୍ଲାରେ  ହେଉଥିବା ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଦେଖାଦେଇଥିବା ବନ୍ୟା ପରିସ୍ଥିତି ନିମନ୍ତେ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମ ରେ ଶ୍ରୀ ସୂର୍ଯ୍ୟବଂଶୀ   ମୟୁର  ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜ଼ିଲ୍ଲାପାଳ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବର୍ତ୍ତମାନ ନଦୀ ର ଜଳ ସ୍ତର ବନ୍ୟା ପରିସ୍ଥିତି ନିମନ୍ତେ ସତର୍କ ରହିବା ପାଇଁ ନିର୍ଦେଶ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ତଦା ରଖ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ବାଲେଶ୍ୱେର ହେମନ୍ତ କୁମାର ସିଂ (ରାଜସ୍ୱ), ଶ୍ରୀ ସୁଧାକର ନାୟକ (ସାଧାରଣ), ଶ୍ରୀମତୀ ମଧୁସ୍ମିତା ସାମନ୍ତ ରାୟ ଉପ ଜିଲ୍ଲା ପାଳ ବାଲେଶ୍ୱର ଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଯିତ କରାଯାଇଛି, ଜିଲ୍ଲା ମୁଖ୍ୟ ଚିକିସ୍ୟା ଅଧିକାରୀ ବାଲେଶ୍ୱର, ଜିଲ୍ଲା,ମୁଖ୍ୟ ପ୍ରାଣୀ ଚିକିତ୍ସାୟା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ, ଅଧିକ୍ଷଣ ଅଧିକାରୀ ଇଲେକ୍ଟ୍ରିକାଲ ଟାଟା ପା୍ୱେର,ଅଧ୍ୟିକ୍ଷଣ ଅଧିକାରୀ ଜଳସେଚନ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ସମସ୍ତେ ବନ୍ୟା ପରିସ୍ଥିତି ନିମନ୍ତେ ସଜାଗ ପ୍ରସ୍ତୁତି ରହିଥିବା ର ସୂଚନା ଜିଲ୍ଲା ପାଳ ଙ୍କୁ ଦେଇଥିଲେ। ପରିଶେଷରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବାଲିଆପାଳ ବ୍ଲକ ଓ ବାଲେଶ୍ୱର ସଦର ଠାରେ ଅପ୍ରତୀକ ପରିସ୍ଥିତି କୁ ସାମ୍ନା କରିବା ପାଇଁ ଓଡ୍ରାଫ ର ଦୁଇଟି ଟିମ କୁ ନିୟୋଯିତ କରାଯାଇଛି | ଜିଲ୍ଲାପାଳ ବାଲେଶ୍ୱର ଜିଲ୍ଲା ର ବିଭିନ୍ନ ବନ୍ୟା ପ୍ରବଣ ଅଂଚଳ ପରି ଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ