ଅସ୍ଵାସ୍ଥ୍ୟକର ପରିବେଶରେ ଅଙ୍ଗନବାଡ଼ି କେନ୍ଦ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ସଂପ୍ରତି ସରକାର ଶିଶୁ ବିକାଶ ପ୍ରକଳ୍ପ ଗୁଡିକୁ ବିଶେଷ ଅଗ୍ରାଧିକାର ଦେବା ସହିତ କୁନି କୁନି ପିଲା ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ସହିତ ପିଲା ମାନଙ୍କୁ ପ୍ରିସ୍କୁଲ ଶିକ୍ଷା ର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ର ପରିବେଶ ଗୁଡ଼ିକ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେଉନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିଲେ ମଧ୍ୟ କେନ୍ଦ୍ର ଗୁଡିକ ର ସ୍ବଚ୍ଛତା ପ୍ରତି ଅଧିକାରୀ ମାନେ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଅଧିନରେ ରହିଥିବା ବିଷ୍ଟୁପୁର ଖ ଅଙ୍ଗନବାଡ଼ି କେନ୍ଦ୍ର ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିଲେ ମଧ୍ୟ କେନ୍ଦ୍ର ର ଚାରିପାଖକୁ ଶରଷ ସୁନ୍ଦର କରିବା ଦିଗରେ ଆଦୌ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। କେନ୍ଦ୍ର ପରିସର ମଧ୍ୟ ଦେଇ ପାଣି ପ୍ରବାହିତ ହେବା ସହିତ ପରିବେଶ ସଦାସର୍ବଦା କାଦୁଅ ରହୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ପରିସର ଚାରି ପାଖରେ ଅନାବନା ଗଛ ଲଟାରେ ଭର୍ତ୍ତି ହୋଇଥିବାରୁ ସେଠାରେ ବିଭିନ୍ନ ପ୍ରକାର ସରୀସୃପ ରହିଥିବା ଆଶଙ୍କା ରହିଛି। ପ୍ରିସ୍କୁଲ ପିଲା ଖେଳ କୁଦ କରିବା ସମୟରେ କିଛି ବି ଅଘଟଣା ଘଟି ପାରେ। ସେହିପରି ପିଲା ମାନଙ୍କ ପାଇଁ ନିର୍ମାଣଧୀନ ଶୌଚାଳୟ ଟି ଅନାବନା ଗଛ ଲଟାରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର କିପରି ଚାଲୁଛି, କେନ୍ଦ୍ର ର ସ୍ବଚ୍ଛତା, ପିଲାଙ୍କୁ ପ୍ରିସ୍କୁଲ ଶିକ୍ଷା କିପରି ପ୍ରଦାନ କରାଯାଇଛି ତାକୁ ତଦାରଖ କରିବା ପାଇଁ ମହିଳା ପରିଦଶିକା, ଶିଶୁ ବିକାଶ ଅଧିକାରିଣୀ ରହିଛନ୍ତି। ଏହି ଦୁଇ ଅଧିକାରୀ ମାନେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବାକୁ ତାଗିଦ କରୁନଥିବାରୁ ଆଜି ଅଙ୍ଗନବାଡ଼ି କେନ୍ଦ୍ର ପରିସର ଗୁଡ଼ିକ ରେ ସ୍ବଚ୍ଛତା ଦିଗହରା ହୋଇଥିବା ଦେଖିବାକୁ ମିଳିଛି।ଏହି କେନ୍ଦ୍ର ର ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବା ଦିଗରେ ଶିଶୁ ବିକାଶ ଅଧିକାରିଣୀ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି।


