ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ
ଛତ୍ରପୁର,(ଓ୍ବାଇଏନଏସ): ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ସନ୍ଥାନା ଗୋପାଲାନ୍ ଦିନିକିଆ ଗଞ୍ଜାମ ଜିଲା ଗସ୍ତ କରି ଛତ୍ରପୁର ଓ ବ୍ରହ୍ମପୁରରେ ଥିବା ଇଭିଏମ ଓ ଭିଭିପାଟ ଗୋଦାମ ପରିଦର୍ଶନ କରିବା ସହ ଯାଂଚ କରିଥିଲେ । ଛତ୍ରପୁରରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଓ ବ୍ରହ୍ମପୁରରେ ଉପଜିଲାପାଳ କାର୍ଯ୍ୟାଳୟ ପରିସରରେ ଇଭିଏମ ଓ ଭିଭିପାଟ ଗୋଦାମ ରହିଛି । ଏହା ତୈମାସିକ ଯାଂଚ ପଦ୍ଧତି ବୋଲି ଜିଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗୋଦାମରେ କିପରି ରହିଛି ଇଭିଏମ ଓ ଭିଭିପାଟ ତାହା ତନଖି କରିଥିଲେ । ଠିକ ଓ ସୁରକ୍ଷିତ ଭାବେ ରହୁଛି କି ନାହିଁ, ସିସିଟିଭି ଚାଲୁଛିକି ନାହିଁ ତାହା ତାହା ଏହି ପରିଦର୍ଶନ ବେଳେ ଦେଖିଥିବା ସହ ସନ୍ତୋଷ ଜଣକ ରହିଥିବା ସୂଚନା ମିଳିଛି । ଏହି ପରିଦର୍ଶନ ବେଳେ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ, ବ୍ରହ୍ମପୁର ଏସପି ଡ.ସର୍ବାଣ ବିବେକ, ବ୍ରହ୍ମପୁର ଉପଜିଲାପାଳ ଅଭିନାଶ କୁମାର, ଆଇଏଏସ ପ୍ରୋବିସନାଲ ମୃଣାଳିକା ରାଠୋର.ଡେପୁଟି କଲେକ୍ଟର ନିର୍ବାଚନୀ ଅରୁଣ କୁମାର ଖଣ୍ଡାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିମାନେ ପ୍ରମୁଖ ଉପସ୍ଥିତ ଥିଲେ ।


