ବିଦ୍ୟୁତ ସଂଯୋଗୀକରଣରୁ ବଞ୍ଚିତ ଅଙ୍ଗନବାଡ଼ି କେନ୍ଦ୍ର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ବୈକୁଣ୍ଠ ପୁର ଅଙ୍ଗନବାଡ଼ି କେନ୍ଦ୍ର ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗୀ କରଣ ରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ସଂପ୍ରତି ସରକାର ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ରେ ପାନୀୟ ଜଳ ର ସୁବିଧା ନାହିଁ ସେଠାରେ ତୁରନ୍ତ ପାନୀୟ ଜଳ ର ସୁବିଧା କରିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ବିଦ୍ୟୁତ୍ ସଂଯୋଗ କରିବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ପଞ୍ଚାୟତ ସ୍ତରରେ ରହିଥିବା ଅଧିକାରୀ ଏବଂ ବ୍ଲକ ସ୍ତରରେ ରହିଥିବା ଅଧିକାରୀ ମାନଙ୍କ ଦାୟିତ୍ଵ ହିନତା ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ଆଜକୁ ୨ ବର୍ଷ ତଳେ ବୈକୁଣ୍ଠ ପୁର ଅଙ୍ଗନବାଡ଼ି କେନ୍ଦ୍ର କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ର ସୁବିଧା କରିବାର ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ ନିର୍ମାଣ ହୋଉଥିବା ପାନୀୟ ଜଳର ସୁବିଧା ଭାଙ୍ଗି ତୁଟିଗଲାଣି କିନ୍ତୁ ସଂଯୋଗୀ କାରଣ ହୋଇ ପାରିଲା ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ରେ ଲାଗିଥିବା ସିନଷ୍ଟେକ ର ଢାଙ୍କୁଣି ପବନରେ ଉଡି ଯିବା ସହିତ ପାଇପ ଲାଇନ ଟ୍ୟାପ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସମସ୍ତ ବିଦ୍ୟୁତ୍ ଉପକରଣ ଦୀର୍ଘ ଦିନ ହେଲା ଲାଗିଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର କୁ ବିଦ୍ୟୁତ ସଂଯୋଗ ହୋଇ ପାରିଲା ନାହିଁ। ଯାହା ଫଳରେ ଲାଗିଥିବା ବିଦ୍ୟୁତ ଉପକରଣ ଗୁଡିକ ମୂଷା କାଟି ନଷ୍ଟ କଲାଣି। ସଂପ୍ରତି ସରକାର ପରିମଳ ପ୍ରତି ଅଧିକ ଗୁରୁତ୍ଵ ଦେଉଛନ୍ତି କିନ୍ତୁ ଏହି କେନ୍ଦ୍ର ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଛି। ବର୍ତ୍ତମାନ ଏହି ଅଙ୍ଗନବାଡ଼ି କେନ୍ଦ୍ର ଉପରେ ୨୦ ପ୍ରିସ୍କୁଲ ପିଲା ସହିତ ୧୨ ଜଣ ଗର୍ଭବତୀ ପ୍ରସୂତି ନିର୍ଭର କରୁଛନ୍ତି। କିନ୍ତୁ କେନ୍ଦ୍ର ପାଇଁ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗୀ କରଣ କରିବା ଦିଗରେ ପ୍ରଶାସନ ଆଗ୍ରହ ପ୍ରକାଶ ନକରିବା ଯୋଗୁଁ କେନ୍ଦ୍ର ଉପରେ ନିର୍ଭର କରୁଥିବା ପିଲା ମାନେ ନାନା ଅସୁବିଧା ସମ୍ମୁଖିନ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ