ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ଗୁରୁତର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବିଦ୍ୟାଧରପୁର ଅଙ୍ଗନବାଡି ୨ ର କର୍ମୀ ତଥା ବିଏଲଓ ଥିବା ବାସନ୍ତିଲତା ସତପଥୀ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସୂଚନା ସୂଚନା ଅନୁଯାଇ ଅନ୍ୟତମ ବିଏଲଓ କୈଳାଶ ପ୍ରଧାନ ଓ ବାସନ୍ତିଲତା ସତପଥୀ ବାଇକ ଯୋଗେ ହାଟଡିହି ବ୍ଲକ କାର୍ଯ୍ୟାଳୟକୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର କିଛି ରେକର୍ଡ ପତ୍ର ଦେବାକୁ ଯାଇଥିଲେ। ବ୍ଲକ ରୁ ଫେରିବା ବେଳେ ତେନ୍ତୁଲିନଣ୍ଡା ନିକଟରେ ସମୁଖରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେବାରୁ ବାସନ୍ତିଲତା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି।


