ସରସ୍ଵତୀ ଶିଶୁ ମନ୍ଦିର ଜଳସରପୁରର ବାର୍ଷିକ ଉତ୍ସବ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଜଳସରପୁର ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ୧୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ବିନୟ ଭୂଷଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶାଳନିଆଁ ଜଳସେଚନ ବିଭାଗର ଏ.ଇ ଶ୍ରୀମତୀ ସୁସ୍ମିତାରାଣୀ ନାୟକ ମୁଖ୍ୟ ବକ୍ତା ଭାବେ ହାଟଡିହି ଶିକ୍ଷା ଜିଲ୍ଲାର ବି.ଇ.ଓ ଶ୍ରୀଯୁକ୍ତ ରାଜୀବ ଦଳେଇ, ସମ୍ମାନିତ ଅତିଥି ଭାବେ ଗେଡମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡିଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ରମାକାନ୍ତ ଦ୍ବିବେଦୀ, ଉପ ସଭାପତି ଅନନ୍ତ କୁମାର ସ୍ୱାଇଁ, ସହ ସମ୍ପାଦକ ଅମରବର ସେଠୀ, କୋଷାଧ୍ୟକ୍ଷ ନକୂଳ ଚନ୍ଦ୍ର ଜେନା, ପ୍ରଧାନ ଆଚାର୍ଯ୍ୟା ପ୍ରମିଳା ମିଶ୍ର ପ୍ରମୁଖ ଯୋଗଦେଇ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ରମେଶ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବାପରେ ପ୍ରଧାନ ଆଚାର୍ଯ୍ୟା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସଭାରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଉପଢୌକନ ସହିତ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବାସୁଦେବ ନାୟକ ଏବଂ ଶ୍ରୀଯୁକ୍ତ କ୍ଷେତ୍ରବାସୀ ରଣାଙ୍କୁ ଶିଶୁମନ୍ଦିର ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଆଚାର୍ଯ୍ୟ ରମେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ହୃଦୟସ୍ପର୍ଶୀ ଥିଲା। ଏହି ଉତ୍ସବରେ ବିଦ୍ୟାଳୟର ଗୁରୁଜୀ ରମାକାନ୍ତ ବେହେରା,ପ୍ରଭାତ କୁମାର ପେଡା, ହରେକୃଷ୍ଣ ବାରିକ, ସତ୍ୟବ୍ରତ ବାରିକ,ପଙ୍କଜ କୁମାର ଜେନା ଗୁରୁମା ସଞ୍ଜୁଲତା ସାମଲ, ମନୋରମା ବାରିକ, ମମତାମୟୀ ଧଳ, ପଦ୍ମିନୀ ଜେନା, ପୂଜା ଦାସ, ବୈଶାଖୀ ଦାଶ, ପ୍ରତିଭା ବେହେରା , ସୁଶ୍ରୀ ଶିବାନୀ ଜେନା ସେବିକା ବେଙ୍ଗଲତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


