ଶ୍ରୀ ଚୈତନ୍ୟ ଗୌଡିୟ ମଠର ବାର୍ଷିକ ଉତ୍ସବ ଓ ଧର୍ମ ସମ୍ମିଳନୀ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ଶ୍ରୀ ଚୈତନ୍ୟ ଗୌଡିୟ ମଠର ବାର୍ଷିକ ଉତ୍ସବ ଓ ଧର୍ମ ସମ୍ମିଳନୀ ୧୭/୦୨/୨୬ ତାରିଖ ଠାରୁ ଆରମ୍ଭ ହୋଇ ୧୯/୦୨/୨୬ ତାରିଖ ଦିନ ସମାପ୍ତ ହୋଇଯାଇଛି। ପ୍ରତିଦିନ ଅନୁଷ୍ଠିତ ଧର୍ମ ସମ୍ମିଳନୀ ରେ ଶ୍ରୀ ଚୈତନ୍ୟ ଗୌଡିୟ ମଠର ସଭାପତି ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ମହାରାଜା ଅଧ୍ୟକ୍ଷତା କରୁଥିବା ବେଳେ ପ୍ରବକ୍ତା ଭାବେ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତିସୌଧ ଜୀତେନ୍ଦ୍ରୀୟ ମହାରାଜା(ସମ୍ପାଦକ), ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିବେକ ପରମାର୍ଥୀ ମହାରାଜା (ଯୁଗ୍ମ ସମ୍ପାଦକ), ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ହୃଦୟ ନିରୀହ ମହାରାଜା(ସଭ୍ୟ ପରିଚାଳନା ସମିତି), ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ସମ୍ବନ୍ଧ ଶୁଦ୍ଧାଦ୍ୱୈତୀ ମହାରାଜା(ସହ ସମ୍ପାଦକ), ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ଜୀବନ ଅବଧୂତ ମହାରାଜା(ମାୟପୁର), ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ଗୌରବ ମଧୁସୂଦନ ମହାରାଜା(ପୁରୀ) ଓ ଶ୍ରୀପାଦ ଦିନ ତାରଣ ବ୍ରହ୍ମଚାରୀ(ଡେରାଡୁନ) ଙ୍କ ସମେତ ବିଭିନ୍ନ ମଠର ଅଧ୍ୟକ୍ଷ, ଆଚାର୍ଯ୍ୟ ଓ ସନ୍ୟାସୀ ବୃନ୍ଦ ଯୋଗଦେଇଥିଲେ। ଫେବୃୟାରୀ ୧୭ ତାରିଖ ଧର୍ମସଭାରେ ନାମ ସଂକୀର୍ତ୍ତନ ର ମାହାତ୍ମ୍ୟ ବିଷୟରେ ଆଲୋଚନା ହୋଇଥିବା ବେଳେ ୧୮ ତାରିଖ ଧର୍ମସଭାରେ ସାଧୁ ସଂଘର ମାହାତ୍ମ୍ୟ ଓ ୧୯ ତାରିଖ ଧର୍ମସଭାରେ ବିଗ୍ରହ ସେବା ବିଷୟରେ ଆଲୋଚନା ହୋଇଥିଲା। ୧୯ ତାରିଖ ପୂର୍ବାହ୍ନରେ ଶ୍ରୀ ଶ୍ରୀ ଗୁରୁ-ଗୌରାଙ୍ଗ-ରାଧାଦାମୋଦରଜୀଉଙ୍କ ମହାଭିଷେକ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ବହୁ ଶ୍ରଦ୍ଧାଳୁ ଯୋଗଦେଉଥିବା ବେଳେ ଗ୍ରାମ ବାସୀ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ