ବଞ୍ଚୋ ଅନନ୍ତ ଗୋପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ବଞ୍ଚୋ ଅନନ୍ତ ଗୋପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ଵାଳ, ସମ୍ମାନୀତ ଅତିଥି ଭାବେ ଏୟୁପିଟିଏଫ ର ହାଟଡିହି ବ୍ଲକ ସଭାପତି ଶ୍ରୀକାନ୍ତ କୁମାର ବିଶ୍ୱାଳ, ଶିକ୍ଷାବିତ ଯଦୁମଣି ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଘନଶ୍ୟାମ ସେଠୀ, ଗଡ଼ଚଣ୍ଡୀ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀମାଳା ରଥ,  ସିଆରସିସି ନିହାର ରଞ୍ଜନ ସ୍ଵାଇଁ,  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ନାଇକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଜଣେ ଜଣେ ସୁନାଗରିକ ହେବା ପାଇଁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ ପରୀକ୍ଷାରେ ତିନୋଟି ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଲକ୍ଷ୍ମୀ ବରାଳ, ସନ୍ଧ୍ୟାରାଣୀ ଜେନା, ସୃତିରେଖା ରଣାଙ୍କୁ  କୀର୍ତ୍ତନ ବିହାରୀ ବିଶ୍ଵାଳ  ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରି ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ ମୋନାଲିସା ଦାସ,  ଜ୍ୟୋସ୍ନା ରାଣୀ ଜେନା  କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ତପନ କୁମାର ନାୟକ, ପ୍ରଦୀପ ଦେହୁରୀ, ଅଭିମନ୍ୟୁ ସାହୁ,, ପ୍ରତାପ ଚନ୍ଦ୍ର ବେହେରା, ତୃପ୍ତିମୟୀ ସେଠୀ, ସୁନୀଲ ବରାଳ, ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ