ମା’ଗରୁଡାଇଙ୍କ ପୀଠରେ ବାର୍ଷିକ ଉତ୍ସବ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଲିଗଢିଆସ୍ଥିତ ମା’ଗରୁଡାଇଙ୍କ ପୀଠରେ ୩ ଦିନ ଧରି ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଶନିବାର ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ବାଲିଗଢିଆ ବଡ ପୁଷ୍ପରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁକାନ୍ତ ବିଶ୍ୱାଳ ମୁଖ୍ୟ କଳସ ଧାରଣ କରିଥିବା ବେଳୋ ମଦନ ମୋହନ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ନାରାୟଣ ରାଉତ, ନୃସିଂହ ସାମଲଙ୍କ ସମେତ ଅନ୍ୟ ମାନେ ପାଶ୍ୱର୍ କଳସ ଧାରଣ କରିଥିଲେ । ପୂଜକ ଅଭୟ ପାଢୀ, ବସନ୍ତ କୁମାର ମିଶ୍ର, କିରନ କୁମାର ପାଢୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ମଣିଭଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ ପୂଜା ଉତ୍ସବରେ ରମାକାନ୍ତ ଲେଙ୍କା, ଦାଶରଥି ଗାହାଣ, ଅଭିମନ୍ୟୁ ଜେନା, ଶୁକଦେବ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।


