ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ, ମୁଖ୍ୟ ବକ୍ତା ଭାବେ କଟକସ୍ଥିତ ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ.ନରେନ୍ଦ୍ର ନାଥ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର, ସରପଞ୍ଚ ରଜନୀ ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ବାରିକ, ନିରାକର ବେହେରା, ଦୁର୍ଯ୍ୟେଧନ ଜେନା, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ସାମ୍ବାଦିକ ହରି ନାରାୟଣ ମହାନ୍ତି ଯୋଗ ଦେଇ କଠୋର ପରିଶ୍ରମ ବଳରେ ସଫଳତା ହାସଲ କରିପାରିବ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଶିକ୍ଷକ ରବି ନାରାୟଣ ପାଣି ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ଅତିଥି ଶିକ୍ଷକ ସୁଧାକର ପଣ୍ଡା ବେଦପାଠ ଓ ଅତିଥି ପରିଚୟ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ ବାର୍ଷିକ ବିବରଣୀ ପାଠ, ଶିକ୍ଷକ ଅସିତ କୁମାର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ସଭା ମଧ୍ୟରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ବାଳିକା ବିଭାଗର ରଚନା ପ୍ରିୟଦର୍ଶନୀ ବେହେରାଙ୍କୁ ଚମ୍ପିୟନ ଟ୍ରଫି ଓ ବାଳକ ବିଭାଗର ରାହୁଲ ମହାନ୍ତିଙ୍କୁ ଚମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିସହ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ମାତା ସ୍ୱର୍ଗତା ପ୍ରଭାସିନୀ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତ ମାର୍ଟିକ ପରୀକ୍ଷାରେ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଇତିଶ୍ରୀ ପଣ୍ଡା ଏବଂ ଶିକ୍ଷକ ରବି ନାରାୟଣ ପାଣିଙ୍କ ପିତାମାତା ବାସନ୍ତୀ ଶରତଙ୍କ ନାମରେ ବେଷ୍ଟସ ଷ୍ଟୁଡେଣ୍ଟ ପୁରସ୍କାର ୧୦ମ ଶ୍ରେଣୀର ଛାତ୍ରୀ ଚନ୍ଦ୍ରିକା ମହନ୍ତଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ସଂସ୍କୃତ ଗୀତ, ନାଟକ, ଅନୁବାଦ, ଶୋଭାଯାତ୍ରା ଆଦି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଶିକ୍ଷକ ଦୀନେଶ କୁମାର ନାଇକ, ସ୍ୱାଧୀନ କୁମାର ସାହୁ, ଶାରୀରିକ ଶିକ୍ଷା ଶିକ୍ଷକ ବିଜୟ କୁମାର ରାଉତ, ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରା, ଶିକ୍ଷା କର୍ମଚାରୀ ରବିନ୍ଦ୍ର ମୋହନ ମାଝୀ, ସୌମ୍ୟ ରଞ୍ଜନ ସାହୁ, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ