ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ୍ ମିଡିୟମ ସ୍କୁଲରେ ଏକାଦଶତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଡେରିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମିହିର କୁମାର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ନେତାଜୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ କ୍ରିଡ଼ାକୁ ଉଦଘାଟନ କରିଥିଲେ। କ୍ରିଡ଼ା ଶିକ୍ଷକ ଅନିଲ ମହାରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଲେଙ୍କା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କାଳନ୍ଦୀ ବିଶ୍ବାଳ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା କିପରି ଶରୀରରୁ ସୁସ୍ଥ ରଖେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଗୀତାଞ୍ଜଳି ସ୍ବାଇଁ, ଶିକ୍ଷୟିତ୍ରୀ ଇତିଶ୍ରୀ ସ୍ବାଇଁ, ଅପୂର୍ବା ମହାରଣାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କ୍ରୀଡା ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସ୍କୁଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


