ଓଏଭିରେ ଦୁର୍ନୀତି ବିରୋଧୀ ସଚେତନତା କାର୍ଯ୍ୟକ୍ରମ
ରାଇକିଆ,(ପ୍ରଦୀପ ବେହେରା): ଦୁର୍ନୀତି ନିବାରଣ ସପ୍ତାହ ଅବସର ରେ କନ୍ଧମାଳ ଜିଲ୍ଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରତ୍ନ ଗ୍ୟାସ୍ ବିତରଣ ସଂସ୍ଥା ମୁଖ୍ୟ ପରିଚାଳକ ରାଜେନ୍ଦ୍ର ପାଳ ଅତିଥି ଭାବେ ଯୋଗଦେଇ ସମାଜରେ ଦୁର୍ନୀତିର ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ନେଇ କହିବା ସହ ଦୁର୍ନୀତି ବିରୋଧୀ ଆଇନର ଗୁରୁତ୍ଵ ଏବଂ ଏକ ଭଲ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ବିଷୟରେ ଛାତ୍ରମାନଙ୍କୁ ବୁଝାଇଥିଲେ I ଏହି ଅବସରରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ଦୁର୍ନୀତି ମୁକ୍ତ ସମାଜ ଗଠନ ନିମନ୍ତେ ପ୍ରତିଜ୍ଞା ନେଇଥିଲେ Iକାର୍ଯ୍ୟକ୍ରମରେ ଶିକ୍ଷକମାନେ ଦେଶର ବିକାଶ ଉପରେ ଦୁର୍ନୀତିର ପ୍ରଭାବ ବ୍ୟାଖ୍ୟା କରିଥିଲେ I ସେମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଚାରିପାଖରେ ଘଟୁଥିବା ଅନିୟମିତତା ବିଷୟରେ ସଚେତନ ରହିବା ଏବଂ ସମାଜରେ ନ୍ୟାୟ ଏବଂ ନୈତିକତାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଥିଲେ । ଏହି ଅବସର ରେ ସୁରକ୍ଷିତ ଗ୍ୟାସ ବ୍ୟବହାର ର ବିଭିନ୍ନ ଦିଗ ସଂପର୍କ ରେ ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ବୁଝାଯାଇଥିଲା ।

 
             
						 
						 
						 
						 
						 
						
