ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଛତ୍ରପୁର (ଓ୍ବାଇଏନଏସ): ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ,  ଅକ୍ଟୋବର ୨୭ ତାରିଖ  ଠାରୁ ନଭେମ୍ବର ୨  ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେଉଛି । ଏହି ଉପଲକ୍ଷେ  ଆଜି ପୂର୍ବାହ୍ନରେ  ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଦୁର୍ନୀତି ଏକ ମାନସିକତା । ଏହି ମାନସିକତାକୁ ଦୂରେଇ ପାରିଲେ ଦେଶରୁ ଦୁର୍ନୀତି ହଟିବ । ସରକାର ଜନ ସାଧାରଣଙ୍କ ପାଇଁ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ଗୁଡିକ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇପାରିଲେ ତୃଣମୂଳ ସ୍ତରରେ ସମସ୍ତେ ଉପକୃତ ହୋଇପାରିବେ । ସମସ୍ତ କର୍ମଚାରୀମାନେ ପରିବାର ପ୍ରତି ଯେପରି ଅଙ୍ଗୀକାରବଦ୍ଧ, ସେହିପରି ସରକାରଙ୍କ ପ୍ରତି ମଧ୍ୟ ବଜାୟ ରଖିବା ଉଚିତ୍ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ ।  ଦୁର୍ନୀତି ନିବାରଣ –ଆମ ସାମୁହିକ ଦାୟିତ୍ବ । ଦୁର୍ନୀତିକୁ ମୂଳୋତ୍ପାଟନ କରିପାରିଲେ ଆମ ଦେଶ ପ୍ରଗତି ପଥରେ ଆଗେଇ ପାରିବ ବୋଲି ଅନ୍ୟତମ ଅତିଥି ଭାବେ ବୈଦେହୀ କୁମାରୀ ବେହେରା,  ଉପ ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ, ବ୍ରହ୍ମପୁର ଡିଭିଜନ୍ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,  ଦୁର୍ନୀତି ନିବାରଣ, ବ୍ରହ୍ମପୁର ଡିଭିଜନ୍ ସନ୍ଧ୍ୟାରାଣୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ, ଦୁର୍ନୀତି ଏକ ସାମାଜିକ ବ୍ୟାଧି । ଦେଶରୁ ଦୁର୍ନୀତି ହଟିଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଡ. ଭି. ରାଜେନ୍ଦ୍ର ରାଜୁ ମୁଖ୍ୟ ବକ୍ତାଭାବେ ଯୋଗଦେଇ କହିଥିଲେଯେ, ଆବଶ୍ୟକତା ଠାରୁ ଅଧିକ ଲୋଭ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି । ଦୁର୍ନୀତି ଲୋପ କରିବା ମାନସିକତା ଜାଗ୍ରତ କରିବାକୁ ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ଜରୁରୀ । କର୍ତ୍ତବ୍ୟ ପଥରେ ମନ୍ଦ ଉଦ୍ଦେଶ୍ୟ ରଖିଲେ ଦୁର୍ନୀତି ବଢିବ । ଏଣୁ ଦୁର୍ନୀତିକୁ ନାଁ  କହି ସୁସ୍ଥ ସମାଜ ଗଠନରେ ସମସ୍ତେ ବ୍ରତୀ ହେବା ଆବଶ୍ୟକ ।
      ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ  ବୁଝାଇଥିଲେ ।  ବୈଠକରେ ଉପ ଆରକ୍ଷୀ ଅଧୀକ୍ଷକ, ଛତ୍ରପୁର ଡିଭିଜନ୍ ର କ୍ରୀଷ୍ଣା କୁମାରୀ ପ୍ରଧାନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶେଷରେ ରାଜେନ୍ଦ୍ର କୁମାର ନାୟକ, ଇନିସ୍ପେକ୍ଟର ଭିଜିଲାନ୍ସ, ବ୍ରହ୍ମପୁର ଡିଭିଜନ୍ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ