ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ
ବାଲେଶ୍ବର(ସରୋଜ ପଣ୍ଡା) :ବାଲେଶ୍ଵର ମହାବୀର ଆଖଡ଼ା ସଂଘର ଶତ ବାର୍ଷିକ ପୁର୍ତ୍ତୀ ଉପଲକ୍ଷେ ବାଲେଶ୍ଵର ସହରର ଥିବା ପ୍ରାଥମିକ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ପ୍ରତିଯୋଗୀତା ସ୍ଥାନୀୟ ମଲ୍ଲୀକାଶପୁର ଶାନ୍ତିକାନନ ସମ୍ମୁଖସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଯାହାକି ବାଲେଶ୍ଵରରେ ଆଖଡ଼ା ଖେଳ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ପିଲା ମାନଙ୍କୁ ସଚେତନ କରାଇବା ସହ ଉତ୍ସାହିତ କରିବା ଏହି ଚିତ୍ରକଳା ପ୍ରତିଯୋଗୀତା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଅଂଶ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଲେଶ୍ଵର ମହାବୀର ଆଖଡ଼ା ସଂଘର ସଭାପତି- ଗୋପୀନାଥ ଶତପଥୀଙ୍କ ଅଧ୍ୟକ୍ଷତା ରେ ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ଉପସଭାପତି-ପଦ୍ମଲୋଚନ ଲୋଚନ ଲେଙ୍କା, ମନୋଜ କୁମାର ରାଉତ, ସହକାରୀ ସାଧାରଣ ସମ୍ପାଦକ ବୈଲୋଚନ ଦାଶ,ଯୁଗ୍ମ ସମ୍ପାଦକ ରାମେଶ୍ଵର ବେହେରା, ଲମ୍ବୋଦର ବେହେରା, ସହ-ସମ୍ପାଦକ ଦେବେନ୍ଦ୍ର ଦାସ, ବିଜୟ କୁମାର ପଲାଇ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କମଳାକାନ୍ତ ନାୟକ, ପଦ୍ମଲୋଚନ ଦତ୍ତ , ପ୍ରଦୀପ କୁମାର ଚାଟାର୍ଜୀ,ପ୍ରତିମା ପଣ୍ଡା,ଅର୍ଚ୍ଚନା ନନ୍ଦୀ,ଶର୍ମିଲା ବାରିକ,ଆଶ୍ରୀତା ତରେଇ ପ୍ରମୁଖଙ୍କ ସହିତ ହୋସେନ ଚାଚା,ଶ୍ରୀମନ୍ତ ମାଝୀ, ଭାରତ ଭୁଷଣ ଦାସ, ରାଜେନ୍ଦ୍ର ଦାସ, ସୁବୋଧ ଚନ୍ଦ୍ର ମହାନ୍ତି, ରିତ୍ଵିକ ଜୀ,ଧିରେନ ନାୟକ, ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ,ମରୁତ କୁମାର ରାଉତ ଓ ଅନ୍ତର୍ଯ୍ୟାମୀ ସାହୁ ପର୍ଯ୍ୟବେକ୍ଷକ ଭାବେ ଚିତ୍ରକଳା ପ୍ରତିଯୋଗୀତା ପର୍ଯ୍ୟବେକ୍ଷଣ କରିଥିଲେ।