କିନର ସମାଜ ପକ୍ଷରୁ ଅରୁଣ ସାହୁଙ୍କ କୁଶ ପୁତଳିକା ଦାହ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗତ ୧୭ ତାରିଖରେ ବିରୋଧୀଙ୍କୁ ଆକ୍ଷେପ କରି ପୁରୀରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମାଇଚିଆ ଶବ୍ଦ ବ୍ୟବହାର କରିଥିଲେ। ଏହା ଏବେ ତାଙ୍କୁ ମହଙ୍ଗା ପଡିଛି। ଏହାକୁ ବିରୋଧ କରି ଗଜପତି କିନ୍ନର ସମାଜ ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଆନ୍ଦୋଳନ କରି ଅରୁଣ ସାହୁଙ୍କ କୁଶ ପତଳିକା ଦାହ କରିଛନ୍ତି। ବିଧାୟକ ସାହୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସାରା ଓଡିଶାରେ କିନ୍ନର ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି।