ସମୁଦ୍ର କୂଳ ଲଙ୍ଘିବା ଘଟଣାର ସମାଧାନ ପାଇଁ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପ୍ରଶାସନ ଦ୍ୱାରସ୍ଥ

ଛତ୍ରପୁର ,(ଓ୍ବାଇଏନଏସ): ଆଇ ଆର ଇଏଲ  ପକ୍ଷରୁ ବିସ୍ଥାପିତ ନୀତି କୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିନ୍ହଟ ଜାଗା ରେ ଘର ନିର୍ମାଣ ସହ ପୁର୍ନବାସ ବ୍ୟବସ୍ଥା କରିବା ସହିତ ୨୦୧୮ ମସିହାରେ ବ୍ରହ୍ମପୁର ସ୍ଥିତ ଆର.ଡି.ସି ଙ୍କ କାର୍ଯ୍ୟାଳୟରେ ହୋଇଥିବା ଆର.ପି.ଡି.ଏ.ସି ବୈଠକରେ ଗୃହିତ ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବା  ଏବଂସମୁଦ୍ର କୂଳ ଲଙ୍ଘିବା ଘଟଣା ର ସ୍ଥାୟୀ ସମାଧାନ କରିବା ଦାବୀ ନେଇ ଆଜି ଗଞ୍ଜାମ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି l  ଗୋଟେ ପଟେ ସମୁଦ୍ର ରେ ଗାଁ ଲୀନ ହେବା ଭୟ ଥିବା ବେଳେ ଅନ୍ୟପଟେ ଆଇ ଆର ଇ ଏଲ କମ୍ପାନୀ ଦେଇଥିବା ନିଜ ପ୍ରତିଶୃତି ପାଳନ କରିବା ନା ନେଉନି l  ଏହି ଘଡି ସନ୍ଦୀ ମୁହୂର୍ତ ରେ ମତ୍ସ୍ୟଜୀବି ମାନେ ରହିଛନ୍ତି  l ଏନେଇ ଗ୍ରାମ୍ୟ କମିଟି ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଏବଂ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କୁ ଭେଟି ଲିଖିତ ଭାବେ ଦାବୀ ପତ୍ର ପ୍ରଦାନ କରିଛନ୍ତି l    ଗୋପାଳପୁର ବନ୍ଦରର ଖାମଖିଆଲି ନୀତି ଏବଂ ଅବହେଳା ଯୋଗୁୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ କୁହାଯାଇଛି  l  ଏହା ସହିତ  ଆଇଆରଇଏଲ କମ୍ପାନି   ଗ୍ରାମବାସିଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ପ୍ରାୟ ୮/୯ ବର୍ଷ ଧରି ଡ୍ରେଜିଙ୍ଗ କରୁଥିଲେ ମଧ୍ୟ ବିସ୍ଥାପିତ ନୀତି କୁ କାର୍ଯ୍ୟକାରୀ କରିଲା ନାହିଁ l  ଏଣୁ ୨୦୧୮ ବର୍ଷ ରେ ସମସ୍ତ ଗୃହିତ ନିଷ୍ପତ୍ତି କୁ   ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ  ଗ୍ରାମ୍ୟବାସୀ ମାନେ  ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।      ଅନ୍ୟପଟେ ଆର୍ଯ୍ୟପଲ୍ଲୀ ଉପକୂଳ କ୍ଷୟ ପ୍ରଶମନ ପ୍ରସ୍ତାବ” ପ୍ରକଳ୍ପ ସମ୍ପର୍କରେ   ଚେନ୍ନାଇ ସ୍ଥିତ ଜାତୀୟ ସମୁଦ୍ର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ର ରିପୋର୍ଟ ଉପରେ ଜଳ ସେଚନ ବିଭାଗ ପକ୍ଷରୁ ଡ୍ରାଫ୍ଟ ଡିପିଆର ଦାଖଲ କରାଯାଇଛି।  ଆସନ୍ତା ୧୦ ତାରିଖ ଦିନ ଚୂଡ଼ାନ୍ତ ଡିପିଆର ଦାଖଲ  କରାଯିବ । ଏହା ସହିତ ଏହି ପ୍ରକଳ୍ପ ନିମନ୍ତେ ୨/୩ ମାସ ମଧ୍ୟରେ ଟେଣ୍ଡର ବାହାରିବ ବୋଲି ଜଣେ ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି l   ସେପଟେ ଗ୍ରାମବାସୀ ମାନେ କହିଛନ୍ତିଯେ,ସେମାନଙ୍କ ଦାବି ଗୁଡିକ  ଆସନ୍ତା ୭ ଦିନ ମଧ୍ୟ ରେ କିଛି ସମାଧାନ ବାଟ ନ ବାହାରିଲେ l ଅଗଷ୍ଟ ୧୦ ରୁ ଆଇଆରଇଏଲ କମ୍ପାନୀ ଏବଂ ଗୋପାଳପୂର ପୋର୍ଟ ର ମୁଖ୍ୟ ଫାଟକ  ସମ୍ମୁଖରେ ଗଣ ଆନ୍ଦୋଳନ କରାଯିବ ବୋଲି  କଡା ଚେତାବନୀ ଦେଇଛନ୍ତି ।  ଏହି ଦାବୀ ପତ୍ର ପ୍ରଦାନ ବେଳେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ବି. ସୀମା,ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବି ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁ୍ରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ,ଏନ. ଦିନବନ୍ଧୁ, କେ. ଦାଶରଥୀ, ଜି ସନ୍ୟାସୀ, ମାସିଆନୁ ଓ ଏଲ. ଏରେୟା ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ