ନୁଆଗାଁ କୃଷ୍ଣନଗର ସାହିରେ ଅଷ୍ଟପ୍ରହର ନାମଯଜ୍ଞ

ଆସିକା (ୱାଇଏନ୍‍ଏସ୍‍): ଆସିକା ବ୍ଳକ ଅଧିନସ୍ଥ କାଳଷଣ୍ଢପୁୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁର କୃଷ୍ଣନଗର ସାହିରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଜ୍ୟେଷ୍ଟ ଶୁକ୍ଳ ଅଷ୍ଟମୀ ରଜ ଅବସରରେ ବିଶ୍ୱ କଲ୍ୟାଣ ନିମିତ୍ତ ଅଷ୍ଟପ୍ରହର ନାମଯଜ୍ଞ ଶନିବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଗ୍ରାମର ମା ଦଣ୍ଡକାଳୀ ମନ୍ଦିର ନିକଟସ୍ଥ ପୋଖରୀରେ ପୂଜାର୍ଚ୍ଚନା ସାରି ବହୁ ପୁରୁଷ ଓ ମହିଳା ଏକ କଳସଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ନାମଯଜ୍ଞ ସ୍ଥଳରେ ପହଞ୍ଚିିଥିଲେ । ଶନିବାର ପୂର୍ବାହ୍ନରେ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏହି ନାମଯଜ୍ଞରେ ସିଦ୍ଧନଇ, ଭେଟନଇ, ଦାସନାପଲ୍ଲୀ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା କାଲି ଅର୍ଥାତ୍ ରବିବାର ଦିନ ନାମଯଜ୍ଞ ସଂପନ୍ନ ପରେ ପୂର୍ଣ୍ଣାହୁତି, ନଗର ପରିକ୍ରମା, ସହ ପ୍ରସାଦ ସେବନର ଆୟୋଜନ କରାଯାଉଥିବା ଆୟୋଜକଙ୍କ ସୂତ୍ରର ଜଣାପଡିଛି । ଏହି ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସଭାପତି ଘନଶ୍ୟାମ ଲେଙ୍କା, ସଂପାଦକ ହାଡୁବନ୍ଧୁ ସ୍ୱାଇଁ, ଶ୍ରଦ୍ଧାଳୁ ଭକ୍ତ ବସନ୍ତ କୁମାର ସ୍ୱାଇଁ, ଭାଗିରଥୀ ସ୍ୱାଇଁ, ଦଣ୍ଡପାଣି ସ୍ୱାଇଁ, ସର୍ବେଶ୍ୱର ବାରିକ, ବିଶ୍ୱନାଥ ସାହୁ, ସୁବାସ ଲେଙ୍କା, ସନ୍ୟାସୀ ରାଉତ, ଘନ ରାଉତ, ଆଲୋକ ପରିଡା, ଚନ୍ଦନ ବାରିକ, ସେନାପତି ସ୍ୱାଇଁ, ରବିନ୍ଦ୍ର ବିଶ୍ୱାଳ,କାଳିଆ ପାତ୍ର, ସନ୍ତୋଷ ପାତ୍ର, ଟୁକୁ ସ୍ୱାଇଁ, ସତ୍ୟବାନ ବିଶ୍ୱାଳ, ମୁନା ନାହାକ, ବିଜୟ ନାହାକ, କିଶୋର ଜେନା, ସୁନିଲ୍‍ ଲେଙ୍କା, ଗୋବିନ୍ଦ ନାହାକ, କାଳିଆ ଜେନା, ନୀର ନାହାକ, ବୁଲୁ ବାରିକଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଓ ସାହିବାସିନ୍ଦା ସହଯୋଗ କରୁଥିବା ବେଳେ ନାମଯଜ୍ଞ ଶ୍ରବଣ କରିବାକୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଦୀର୍ଘ ୩୧ ବର୍ଷ ଧରି ଚିନିଶିଳ୍ପ ନୁଆଗାଁର କୃଷ୍ଣନଗର ସାହିବାସିନ୍ଦାଙ୍କ ପକ୍ଷରୁ ଏଭଳି ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନ କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ