ଆସିକା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଶୈବପୀଠରେ ଅଷ୍ଟପ୍ରହର ନାମଯଜ୍ଞ

ଆସିକା  (ୱାଇଏନ୍‍ଏସ୍‍) : ଦେବ ଦେବ ମହାଦେବଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକ ଲୋକାରଣ୍ୟ ହୋଇପଡିଥିଲା ବେଳେ ଆସିକା ଏନଏସି ଅନ୍ତର୍ଗତ ୧୭ନମ୍ବର ୱାର୍ଡର ଲାଲାଶାସନ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ମହାଶିବରାତ୍ରୀ ଅବସରରେ ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ରବିବାର ଠାରୁ ମାହେନ୍ଦ୍ର ବେଳାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ପବିତ୍ର ମହାଶିବରାତ୍ରୀ ଅବସରରେ ଆସିକା ତାଲୁକାଛକ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଶୈବପୀଠ ପରିସରରେ ଆରମ୍ଭ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞକୁ ସୁପରିଚାଳନା କରିବା ଦିଗରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ତଥା ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ପ୍ରସନ୍ନ କୁମାର ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ଶତପଥୀ, ସଂପାଦକ ଉପେନ୍ଦ୍ରନାଥ ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ହୋତା, ଆଧ୍ୟାତ୍ମିକପ୍ରେମୀ ଅନନ୍ତ ଶତପଥୀ, ହେମନ୍ତ କୁମାର ଦାଶ, ରବିଲୋଚନ ଦାଶ, ବିଶିକେଶନ ଶତପଥୀ, ଶିବପ୍ରସାଦ ଶତପଥୀ, ସୀତାରାମ ହୋତା, ଅଶୋକ କୁମାର ଦାଶ, ଦିଲୀପ କର, ଦୈତାରୀ ମିଶ୍ର, ଚକ୍ରଧର ମିଶ୍ର, ଫକୀର ମୋହନ ଦାଶ, ପଦ୍ମଲୋଚନ ଶତପଥୀ, ଉମା ମହେଶ୍ୱର ଦାଶ, ନିର୍ମଳ ଦାଶ, ସୁରଜ କୁମାର ଦାଶ, ଦେବୀ ପ୍ରସାଦ ଶତପଥୀ, କମଳଲୋଚନ ମିଶ୍ର, ବାଳକୃଷ୍ଣ ଦାଶ,ସୀତାରାମ ଦାଶ, ଗଙ୍ଗାଧର ଶତପଥୀ, ମଧୂସୂଦନ ଶତପଥୀ, ରାକେଶ୍‍ ତ୍ରିପାଠୀ, ରାମଚନ୍ଦ୍ର ଶତପଥୀ, ସନ୍ତୋଷ ତ୍ରିପାଠୀ, ବୁଲୁ ମିଶ୍ର, ପ୍ରଦୀପ କୁମାର ପରିଡା, ପ୍ରଫୁଲ କୁମାର ପୋଲାଇଙ୍କ ସମେତ ସମସ୍ତ ଅଞ୍ଚଳବାସୀ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନଏସି ଅନ୍ତର୍ଗତ ତାଲୁକା ଛକ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଅଷ୍ଟପ୍ରହର ନାମଯଜ୍ଞରେ ଅତରଙ୍ଗ, ଡାକବଜା, ଆଠଘରିଆ ଗ୍ରାମ ସମେତ ଆସିକାର ରାଧାକୃଷ୍ଣ ନାମ ସଂର୍କିତନ ମଣ୍ଡଳୀ ଯୋଗଦେଇ ନାମ ବୋଲି ଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ବିଭିନ୍ନ ଅଞ୍ଚଳରେ ଜଗତକଲ୍ୟାଣ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହର ନାମଯଜ୍ଞ ଠାରୁ ଆରମ୍ଭ କରି ୭୨ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ଆଗ୍ରହର ସହକାରେ ସାମିଲ୍‍ ହୋଇ ସୁମଧୁର କଣ୍ଠରେ ବିଭିନ୍ନ ଶୈଳୀରେ ରାମନାମ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ହୃଦୟରେ ଦୀର୍ଘ ଦିନ ଧରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ଧରାକୋଟ ବ୍ଳକ ଅନ୍ତର୍ଗତ ଜଗମୋହନ ଗ୍ରାମର ଗୋପୀନାଥ ସ୍ୱାମୀ ନାମ ସଂକୀର୍ତ୍ତନ ମଣ୍ଡଳୀର ପୁରୁଖା ସଦସ୍ୟ ରବିନ୍ଦ୍ରନାଥ ସାହୁ ଏହି ନାମଯଜ୍ଞରେ ସାମିଲ୍‍ ହୋଇ ରାମନାମ ବୋଲୁଥିବା ବେଳେ ନାମପ୍ରେମୀମାନେ ଆଗ୍ରହର ସହକାରେ ତାଙ୍କ କଣ୍ଠରୁ ରାମନାମ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ