ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ପ୍ରଶିକ୍ଷଣ ବର୍ଗ

ବନ୍ତ (ଚାନ୍ଦିନୀ ମହାନ୍ତି) : ଆଜି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ତୋଡଗାଁସ୍ଥିତ ଅମର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟକର୍ତ୍ତା କମଳାକାନ୍ତ ସାହୁ ସଂଯୋଜନା କରିଥିଲେ । ଏଥିରେ ବାସୁଦେବପୁର ବିଜେପି ନେତା ଅଶୋକ କୁମାର ସାହୁ ଯୋଗ ଦେଇ ପାର୍ଟିର ନିର୍ବାଚନୀ ସଫଳତା ଓ ସଂଗଠନାତ୍ମକ ବିସ୍ତାର ଉପରେ ଆଲୋଚନା କରି ଦଳର ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କ ସାଂଗଠନିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ଡଃ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ଭାରତୀୟ ରାଜନୀତିରେ ବିଜେପି ସରକାରର ପରିବର୍ତ୍ତନ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ସରକାରଙ୍କ ସାଧାରଣଲୋକଙ୍କ ହିତରେ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ କୁମାର ସାହୁ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଦିଗରେ ୧୧ ବର୍ଷର ଯାତ୍ରା ଉପରେ କର୍ମୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ସହ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ, କିଶୋର କିଙ୍କର ପଢିଆରୀ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ କୁମାର ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ କୁମାର ଜେନା, ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ତରଣୀସେନ ଜେନା, ରଞ୍ଜନ କୁମାର ପରିଡା, ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ୪୮ ଗୋଟି ପଞ୍ଚାୟତର ସକ୍ରିୟ ସଦସ୍ୟ, ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭାରତ ମାତାଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରାଯାଇ ବନ୍ଦେ ମାତରମ ଗାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ତୋଡଗାଁ ସରପଞ୍ଚ ମାନସ କୁମାର ପହି, ମାଧବାନନ୍ଦ ଦାସ, ଗୌରାଙ୍ଗ ବେହେରା, ଅନନ୍ତ ନାୟକ, କବିତା ବେହେରା, ଅଜିତ୍ କୁମାର ନନ୍ଦ, ଶଶୀକାନ୍ତ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ