ଲଖାରିପେଟା ଠାରୁ ଲୁଦୁହୂଏରୀ-ଡେଙ୍ଗlସଖାଲ : ରାସ୍ତା ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦେଶ
ମୋହନା (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ୍ନ ଦୁର୍ଗମ ଅଂଚଳ କୁ ସଂଯୋଗିକରଣ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରିଛନ୍ତି l ୨୦୨୩ ମସିହାରେ କର୍ଚ୍ଚବାଡ଼ି ପଂଚାୟତ ର ଲଖାରୀପେଟା ଠାରୁ ଭାୟା ଲୁଦୁହୂଏରୀ ଦେଇ ଡେଙ୍ଗାସଖାଲ ଗ୍ରାମକୁ ସଂଯୋଗ ପାଇଁ ୧୧ କିମି ରାସ୍ତା ନିର୍ମାଣ ପାଇଁ ୫ କୋଟି ୫୬ ଲକ୍ଷ ମଞ୍ଜୁରୀ ହୋଇଥିଲା l ପରେ ଠିକାଦାର କାମ ଆରମ୍ଭ କରିଥିଲେ l ଏହାପରେ ବୁଡ଼ରିଙ୍ଗ ଗ୍ରାମବାସି ନିଜ ସାହି ଦେଇ ରାସ୍ତା ନ କରି ଗ୍ରାମର ପୃର୍ବ ପଟୁ ଦେଇ ରାସ୍ତା ନିର୍ମାଣ ପାଇଁ ଉଚ୍ଚନ୍ୟାୟଳୟ ର ଦ୍ୱାରସ୍ତ ହେଇଥିଲେ l ଯାହା ଦ୍ୱାରା ତତକାଳୀନ ସରକାର ଙ୍କ କିଛି ନେତା ଙ୍କୁ ଧରି ଗ୍ରାମ୍ୟ ଉନୟନ ବିଭାଗ ଅଧିକାରୀ ଙ୍କୁ କହି ବୁଡ଼ରିଙ୍ଗ ଗ୍ରାମ ଉପର ପଟେ ରାସ୍ତା ନିର୍ମାଣ ପାଇଁ କହିଥିଲେ l ଯାହା ଦ୍ୱାରା କାମ ଆରମ୍ଭ ହେlଇଥିଲା l ଉକ୍ତ ରାସ୍ତା ନିର୍ମାଣ ହେଲେ ଡେଙ୍ଗାସଖାଲ ଗ୍ରାମକୁ ଦୂର ହେବ l ତେଣୁ ଯାହାକୁ ନେଇ ୮ ଖଣ୍ଡ ଗ୍ରାମବାସି ଙ୍କ ଦାବି ଅନୁଯାଇ ପୂର୍ବତନ ସରପଞ୍ଚ କାମ୍ବି ମଲ୍ଲିକ ଉଚ୍ଚ ନ୍ୟାୟଳୟ ରେ ଆବେଦନ କରିଥିଲେ l ସରକାରଙ୍କ ନିୟମ ଯେଭଳି ରହିଛି ଲଖାରିପେଟା ଠାରୁ ଭାୟା ଲୁଦୁହୂଏରୀ ଦେଇ ଡେଙ୍ଗାସଖାଲ ୧୧ କିମି ରାସ୍ତା ନିର୍ମାଣ ପାଇଁ l ଯାହାକୁ ବିଚାର କରି ଗତ ମାର୍ଚ୍ଚ ୩ ରେ ଉଚ୍ଚ ନ୍ୟାୟାଳୟ ନିଦେଶ ଦେଇଛନ୍ତି ଗ୍ରାମ୍ୟ ଉନୟନ ବିଭାଗ କୁ ଲଖାରିପେଟା ଠାରୁ ଭାୟା ଲୁଦୁ ହୂଏରୀ ଦେଇ ଡେଙ୍ଗାସଖାଲ ରାସ୍ତା ନିର୍ମାଣ କରିବା ପାଇଁ l କlରଣ ପୂର୍ବ ବିଚାର ରେ ରାସ୍ତା ନିର୍ମାଣ ହେଲେ ଦୁଇ କିମି ରାସ୍ତା କାମ ଅଟକି ରହୁଛି ଯାହା ଦ୍ୱାରା କିଛି ଗ୍ରାମ ବାସି ଯାତାୟାତ ରେ ବାଧ୍ୟl ସୃଷ୍ଟି ହେବ l ତେଣୁ ସରକାରୀ ନିୟମ ଅନୁଯାଇ କରିବାକୁ ନିଦେଶ ଦେଇଛିନ୍ତି l ଯାହାକୁ ନେଇ ଲୁଦୁହୂଏରୀ , ଡେଙ୍ଗାସଖାଲ , ଭାଲିପଙ୍କା ,ବୁଡୁଲି, ଲୁକାମା , କେଲୀହୁରୁ ,ପାଟିପଙ୍କା , ରାଜିମେରା, ଗ୍ରାମବାସି ବୁଧବାର ଉଚ୍ଚ ନ୍ୟାୟଳୟର ନିର୍ଦେଶ ପତ୍ର ନେଇ ମୋହନା ଗ୍ରାମ୍ୟ ଉନୟନ ବିଭାଗ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀ ଉମାଶଙ୍କର ମଲ୍ଲିକ ଙ୍କୁ ନିଦେଶ ପତ୍ର ପ୍ରଦାନ କରିଥିଲେ l ତେବେ ଶ୍ରୀ ମଲ୍ଲିକ ୮ ଖଣ୍ଡ ଗ୍ରାମବାସି ଙ୍କୁ ସିଧାସଳଖ ନାଲି ଆଖି ଦେଖାଇ କହିଥିଲେ ତମ ଇଛା ରେ କୌଣସି କାମ ହେବନି କି l କୌଣସି ଉଚ୍ଚ ନ୍ୟାୟାଳୟ ପତ୍ର ଦେଲେ ହେବନି l ଆମେ ଯେମିତି ବର୍ତମାନ କରୁଛୁ ତାହା ହେବ ବୋଲି କହି ଲୋକଙ୍କୁ କାର୍ଯ୍ୟାଳୟ ରୁ ବାହାରିବାକୁ କହିଥିଲେ l ଯାହାକୁ ନେଇ ଅଂଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି l ଆଦିବାସୀ ଙ୍କ ସରକାର ମୋହନ ସରକାର ଙ୍କ ସମୟ ରେ ଏମିତି ଅଧିକାରୀ ଙ୍କ ଦୁର୍ବ୍ୟବହାର ଆଦିବାସୀ ଙ୍କୁ କରିବା କେତେ ଠିକ l ତେଣୁ ଏହାର ତଦନ୍ତ କରି ଉକ୍ତ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ନ୍ୟାୟାଳୟଙ୍କ ଆଦେଶ ଅନୁଯାଇ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l