ଧଳା ଜହର କବଳରେ ଅସ୍ତରଙ୍ଗ :ଅବକାରୀ ବିଭାଗ ଓ ପୁଲିସ ପାଲଟିଛନ୍ତି ନିରବ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା,କାକଟପୁର ଥାନା ଓ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଂଚଳରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଧଳା ଜହର କାରବାର ଯୋଗୁଁ ଅସ୍ତରଙ୍ଗ ଅଞ୍ଚଳ ଅପରାଧ ପ୍ରବଣ ହୋଇଛି।ପୁଲିସ ପ୍ରଶାସନ ଅଙ୍କୁଶ ନାହିଁ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବିଭିନ୍ନ ପଂଚାୟତ ର ଗଳି କନ୍ଦିରେ ଧଳା ଜହର (ବ୍ରାଉନ ସୁଗାର )କାରବାର ଏକ ପ୍ରକାର କୁଟୀର ଶିଳ୍ପ ରେ ପରିଣତ ହୋଇଛି। ଭୁବନେଶ୍ୱର, ବାଲେଶ୍ୱର ଓ ଖୋର୍ଦ୍ଧା ଅଂଚଳରୁ ଅସ୍ତରଙ୍ଗ କୁ ଖୋଲା ଖୋଲି ଭାବେ ଚାଲାଣ ହେଉଥିବା ବେଳେ ଅସ୍ତରଙ୍ଗ ପୁଲିସ ଓ କାକଟପୁର ପୁଲିସ, ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛନ୍ତି।ଖଣ୍ଡାସାହି ନଦୀ ବନ୍ଦ ରୁ ଅସନ ସମେତ କାଳିଆକଣ ନଦୀବନ୍ଧରେ ପ୍ରଚୁର ପରିମାଣ ରେ ଯୁବକ ଧଳା ଜହର କାରବାର କରୁଛନ୍ତି।ଏହି ନିଶାଦ୍ରବ୍ୟ ସହଜରେ ଉପଲବ୍ଧ ହେଉଥିବାରୁ ନିଶାଡୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।ଅସ୍ତରଙ୍ଗ ଥାନା ନଗର, ଆଳସାହି ଛକ, ଭଉଁରିଆ ସେତୁ, କଣମଣ, ଉକୁଳେଇ ଛକ, ଜିଉଁନ୍ତି ଛକ ଓ ସାମୁଦ୍ରିକ ଥାନା ନୂଆଗଡ ଛକ, ଡମଶୁଣ ଛକ ସହିତ କାକଟପୁର ଥାନା ଖଣ୍ଡାସାହି ଛକ, ତାଳଦା ନଦୀ ଘାଟ ରେ ଖୋଲା ଖୋଲି ଭାବେ ଧଳା ଜହର କାରବାର ଚାଲିଛି। ବିଭିନ୍ନ ସମୟରେ ଏହି ନିଶାଡୀଙ୍କ ଦ୍ୱାରା ଚୋରି ଓ ରାହାଜାନି ଭଳି ଅପରାଧ ସଂଘଟିତ ହେଉଛି। ପୁଲିସ ପ୍ରଶାସନ ଏହି କାର୍ଯ୍ୟରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ