ଝାନ୍ସୀରାଣୀଙ୍କ ନେତୃତ୍ୱରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ
ହାଟଡିହି (ଓ୍ବାଇଏନଏସ) :ହାଟଡିହି ବ୍ଲକ ୩୭ ନମ୍ବର ଜୋନ ଶାଳଣିଆଁ ଠାରେ ସମାଜସେବୀ ଝାନ୍ସୀରାଣୀଙ୍କ ନେତୃତ୍ୱରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ସଭାରେ ଅମରବର ସେଠୀ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବ୍ରହ୍ମାନଦ ଯେନା, ଅବସରପ୍ରାପ୍ତ ଅଧ୍ୟାପକ ଅଭୟ ଚରଣ ଖୁଣ୍ଟିଆ, ବିଶିଷ୍ଠ ଆଇନୀଜୀବୀ ରଙ୍ଗାଧର ମଲ୍ଲିକ, ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ବଳ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ମିଶ୍ର, ବରିଷ୍ଠ ପାଲା ଗାୟକ ବାବାଜୀ ଚରଣ ଯେନା, ବରିଷ୍ଠ ବିଜେପି ନେତା କେଦାର ସାମଲ, ନକୁଳ ଚରଣ ରାଉତ, ଦିବାକର ବାରିକ, ବିଦ୍ୟାଧର ଯେନା ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କର ଜୀବନି ଉପରେ ଆଲୋକପାତ କରିବା ସହ ତାଙ୍କର ମାର୍ଗରେ ଅନୁପ୍ରାଣିତ ହେବାକୁ ଉଦବୋଧନ ଦେଇଥିଲେ। ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠିତ ଏହି ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।


