ଟାଟା ହଟାଓ, ଓଡିଶା ବଞ୍ଚାଅ କାର୍ଯ୍ୟକ୍ରମ ପାଇଁ ଜନସଚେତନତା
ଅଲଣାହାଟ,(ଓ୍ବାଇଏନଏସ):ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ସୁରକ୍ଷା ଜମା,ସ୍ମାର୍ଟ ମିଟର ଲଗାଇବା ପାଇଁ ଟାଟା ପାୱାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟାଟା ପାୱାରର ଏଭଳି ମନମାନୀ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଘୋର ବିରୋଧ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ଆଇନ୍ଜୀବୀ ବାସୁଦେବ ଷଡଙ୍ଗୀଙ୍କ ନେତୃତ୍ୱରେ ଟାଟା ହଟାଓ, ଓଡିଶା ବଂଚାଅ କାର୍ଯ୍ୟକ୍ରମ ପାଇଁ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଗୁରୁବାର ନାଉଗାଁ ବ୍ଲକର ଅଲଣାହାଟ ଓ ନାଉଗାଁ ହାଟରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଗଠନର ରଶ୍ମୀରଞ୍ଜନ ସ୍ୱାଇଁ, ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।


