ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ, ୭ ଆହତ

ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଜମ୍ଭରା ଗାଁରେ ଜମିବାଡ଼ି କଳହକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ମାରଣାନ୍ତକ ଆକ୍ରମଣ ହୋଇଛି । ଗୋଟିଏ ପରିବାର ରୁ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି। ସୂଚନାରୁ ଜଣା ଯାଇଛି କି ଗ୍ରାମର ଉମାକାନ୍ତ ବାରିକଙ୍କ ପୁଅ କାଳନ୍ଦୀ ବାରିକଙ୍କ ସହିତ ବାସୁଦେବ ବାରିକ ଙ୍କ ପୁଅ ଅଶୋକ ବାରିକ ସହିତ ଜମିବାଡ଼ି ବିବାଦ ଲାଗି ରହିଥିଲା। ଏନେଇ ଅଶୋକ ପୂର୍ବରୁ ଥାନାରେ ଅଭିଯୋଗ କରିବା ସହିତ କୋର୍ଟରେ ମଧ୍ୟ କେସ କରିଛନ୍ତି। କିନ୍ତୁ କାଳନ୍ଦୀ ଙ୍କ ପରିବାର ଲୋକେ ଥାନା କୁ ଯାଉ ନାହାନ୍ତି। ଆଜି ଉଭୟଙ୍କ ଭିତରେ ତିକ୍ତତା ବୃଦ୍ଧି ପାଇବା ସହ ଅଶୋକଙ୍କ ପରିବାର ଲୋକେ ଘରେ ଥିବାବେଳେ କାଳନ୍ଦୀ ଓ ତାଙ୍କ ପରିବାର ଲୋକେ ସଂଘବଦ୍ଧ ହୋଇ ଅଶୋକଙ୍କ ପରିବାର ଉପରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଅଶୋକଙ୍କ ପରିବାରର ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ଖବର ପାଇ ଆନନ୍ଦପୁର ଏସ୍ଡ଼ିପିଓ ଡାକ୍ତରଖାନା ରେ ପହଞ୍ଚି ପଚରା ଉଚୁରା କରୁଛନ୍ତି। ଏନେଇ ନନ୍ଦିପଦା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଶୋକଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବାରୁ ପୋଲିସ କାହାରିକୁ ଗିରଫ କରି  ପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ