ମହିଳାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ: ଅଭିଯୋଗ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ପଂଚାୟତ ନନ୍ଦିଗ୍ରାମରେ ଜଣେ ମହିଳାଙ୍କୁ ଏସିଡ ପକାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ହେଉଛନ୍ତି ବର୍ଷା ସେଠୀ। ଅଭିଯୋଗକୁ ଭିତିକରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଅଭିଯୋଗକାରୀ ବର୍ଷା ସେଠୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ବୀରଂଚି ନାରାୟଣ ସେଠୀଙ୍କର ଦୁଇ ଭାଇ ଅଛନ୍ତି। ଦୀର୍ଘ ୧୦ ବର୍ଷ ହେବ ଉଭୟ ପରିବାର ଅଲଗା ରହୁଛନ୍ତି। ଗତ ଜାନୁଆରୀ ୫ରେ ତାର ଯା ଆଶା ସେଠୀ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ହଠାତ ଏକ ପାତ୍ରରେ ଏସିଡ ଆଣି ତାର ମୁହଁ ଉପରକୁ ପକାଇଥିଲା। ଯାହାଫଳରେ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲା। ସେହି ସମୟରେ ତାଙ୍କ ସ୍ୱାମୀ ବିଲରେ କାର୍ଯ୍ୟ କରୁଥିଲେ। ପଡୋଶୀ ମାନେ ଡାକିବା ଦ୍ୱାରା ତାର ସ୍ୱାମୀ ଆସି ତାଙ୍କୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଓ ପରେ କଟକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ତାର ଦେହ ସାମାନ୍ୟ ସୁସ୍ଥ ହେବାରୁ ସେ ଲିଖିତ ଭାବେ ଜଣାଇଛି। ପୂର୍ବରୁ ଥରେ ତାଙ୍କ ସହିତ କଳି ଝଗଡା କରି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୮/୨୬ ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଆଶା ସେଠୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ