ଛତ୍ରପୁର ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ଆଜି ବଡ଼ମାଧପୁର ପଂଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ମାରଥନ ଶୁଭ ଉଦଘାଟନ ସହିତ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି ଅବସର ରେ ବଡ଼ମାଧପୁର ଗ୍ରାମ ରେ ବିଧାୟକ ଶ୍ରୀନାୟକ ସୁବିଧାକେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ବଜାର ଗୃହ, ବହୁ ମୁଖି ଗୋଷ୍ଠୀ କେନ୍ଦ୍ର, ମିଶନ ଶକ୍ତି ଗୃହ ଓ ରାଉଳସାହି ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ। ଏହା ସହ ଉକ୍ତ ପଂଚାୟତ ଅଧିନସ୍ଥ ଗୋବା ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହ କୁ ମଧ୍ୟ ସେ ଉଦଘାଟନ କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ କୁ ସ୍ୱାବଲମ୍ବି କରିବା ନିମନ୍ତେ ବିଧାୟକ ଙ୍କ ଦ୍ୱାରା ୨୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୪୫ ଲକ୍ଷ ୫୦ ହଜାର ଟଙ୍କା ସିଏଲଏଫ ଋଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି.ଶାରଦା ରେଡ୍ଡୀ, ସାଂସଦ ପ୍ରତିନିଧି ଆର.ସନ୍ତୋଷ ରେଡ୍ଡୀ, ବିଡ଼ିଓ ସମ୍ୱିତ ସଂଗ୍ରାମଜିତ ସାହୁ, ସରପଞ୍ଚ ବଡମାଧପୁର ଅର୍ଚ୍ଚନା କୁମାରୀ ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଏନ.ଦୁର୍ଯୋଧନ ରେଡ୍ଡୀ, ଜ୍ୟୋତି ରଞ୍ଜନ ସାହୁ, ଅଶୋକ ପାଣିଗ୍ରାହୀ, ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଶିବ ଶଙ୍କର ସେଠୀ, ବାପି ଦାସ, କନିଷ୍ଠ ଯନ୍ତ୍ରୀ ମାନିନୀ ମୁନି, ମିଶନ ଶକ୍ତି ର ବିପିଏମ ସୀତା ବରାଳ, ମହିଳା ସଂଘର ସଭାପତି ରଶ୍ମିତା ପ୍ରଧାନ, ପିଇଓ ଅଜିତ୍ ମହାରଣା, ମହେଶ୍ୱର ପ୍ରଧାନ ଓ ବନୋଜ ନାହାକ ଙ୍କ ସମେତ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ।


