ମାଛ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲା ଜେଲ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ବସଷ୍ଟାଣ୍ଡ-ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ମାଛ ଦୋକାନରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧ ଟାରେ କିଛି ଅସାମାଜିକ ଯୁବକ ପହଞ୍ଚି ମାଛ ବ୍ୟବସାୟୀ ଗଣେଶ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।ଏହି ଘଟଣାରେ ଦିଗପହଣ୍ଡି ଥାନା ଏଏସଆଇ ଦିଲ୍ଲୀପ କୁମାର ଗୋରଡ଼ା ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ସୁରେଶ ଓରଫ ସୁରଜ ଦାସ। ଥାନା ମାମଲା ନଂ.୪୦୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଘଟଣାଦିନ ତିଳେଶ୍ୱର ଗ୍ରାମର ଏସ.ଜଗନ୍ନାଥ ଦୋରା ମାଛ ଦୋକାନ ପାଖରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଏବଂ ତାଙ୍କ କିଛି ସହଯୋଗୀ ତାଙ୍କୁ ୧ ହଜାର ଟଙ୍କା ଦାଦା ବଟି ମାଗିଥିଲେ।ସେ ମନା କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ। ମାଛ ବ୍ୟବସାୟୀ ପ୍ରତିବାଦ କରିବାରୁ ସେମାନେ ପଳାଇଥିଲେ।କିଛି ସମୟ ପରେ ସୁରେଶ ଓ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଯୁବକ ସେଠାରେ ପହଞ୍ଚି ମାଛ ବ୍ୟବସାୟୀ ଙ୍କ ସମେତ ସେଠାରେ ଥିବା ଆଦି ପାଣିଗ୍ରାହୀ,ଜଗନ୍ନାଥ ଦୋରା ଙ୍କୁ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଘାତକ ଆକ୍ରମଣ କରି ଚମ୍ପଟ ମାରିଥିଲେ।ଏନେଇ ଗଣେଶ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ