ତାଲୁକାଛକରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍):ଆସିକା ଏନ୍‌ଏସି ଅଧିନସ୍ଥ ୧୦ ୱାର୍ଡର ତାଲୁକାଛକ ଅଞ୍ଚଳରେ ବ୍ୟବସାୟୀ ସଂଘ ଓ ଅଟୋ ମାଲିକ ସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅସନ୍ତା ୬ ତାରିଖରୁ ୩ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଅନ୍ନପ୍ରଦାୟିନୀ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ମାହେନ୍ଦ୍ର ବେଳାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଓ ଅଟୋ ମାଲିକ ସଂଘ ଏବଂ ଆଗ୍ରହୀ ଯୁବପିଢୀର ସକ୍ରିୟ ସହଯୋଗ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉତ୍ସାହରେ ଅନୁଷ୍ଠିତ ହୋଇଥିବା ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ପଦ୍ମଲୋଚନ ଦାଶ, ବସନ୍ତ ନାହାକ, କାଶୀନାଥ ପଣ୍ଡା, ନାରାୟଣ ପରିଡା, ନାରାୟଣ ସାବତ, ମଙ୍ଗୁଳୁ ସାହୁ, ବୁଲୁ ପରିଡା, କୁନୁ ହୋତା, ଭିକାରୀ ନାହାକଙ୍କ ସମେତ ବହୁ ବ୍ୟବସାୟୀ ଓ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ବାଦ୍ୟବାଜଣା ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଆସିକା ଅଞ୍ଚଳର ଜଣାଶୁଣା ପୁରୋହିତ କାହ୍ନା ତ୍ରିପାଠୀଙ୍କ ମନ୍ତ୍ରୋଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ମା’ ଗଜଲକ୍ଷ୍ମୀଙ୍କ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ