ମା ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଆସିକା ଏନ୍‌ଏସି ଅଧିନସ୍ଥ ୫ ନମ୍ବର ୱାର୍ଡର ବଜାର ସାହି (ମହାତ୍ମାଗାନ୍ଧୀ ରୋଡ)ରେ ଆସନ୍ତା ୨୭ ତାରିଖ ଚତୁର୍ଥ ପାଳି ଗୁରବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଏବଂ ବିଧିବିଧାନ ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ଆରମ୍ଭ ହେବାକୁ ଥିବା ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନରେ ମାହେନ୍ଦ୍ର ବେଳାରେ ସଂପନ୍ନ ହୋଇଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ସକ୍ରିୟ ସହଯୋଗ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉତ୍ସାହରେ ଅନୁଷ୍ଠିତ ହୋଇଥିବା ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଯୁବ ସମାଜସେବୀ ଦେବାଶିଷ ପଣ୍ଡା ଉପସ୍ଥିତ ରହି ନିଷ୍ଠାର ଦାୟିତ୍ୱ ନିର୍ବାହ କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଆର୍‍.ଚିଦାନନ୍ଦ ଆଚାରୀ, କୃଷ୍ଣଚନ୍ଦ୍ର ନାୟକ, ଶଙ୍କର ମୁନି, ପି.ଶ୍ରୀନିବାସ ପାତ୍ର, ଚିତ୍ର ମୁନି, ପି.ତିରୁପତି ପାତ୍ର, ଆର୍‍.କାମେଶ୍ୱର ଆଚାରୀ, ପି.ସୁଶାନ୍ତ କୁମାର ପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ପି.କାହ୍ନୁ ପାତ୍ର, ପି.ପ୍ରଦୀପ ପାତ୍ର, ରାଜୀବ ଆଚାରୀ, ପି.ଶୁଭମ୍‍ ପାତ୍ରଙ୍କ ସମେତ ବହୁ ବ୍ୟବସାୟୀ ଓ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ବାଦ୍ୟବାଜଣା ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ପୁରୁଷୋତ୍ତମପୁର ଅଞ୍ଚଳର ଜଣାଶୁଣା ବିଦ୍ୱାନ ପଣ୍ଡିତ ବଟକୃଷ୍ଣ ମହାପାତ୍ରଙ୍କ ମନ୍ତ୍ରୋଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ମା ମହାଲକ୍ଷ୍ମୀଙ୍କ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବଜାରସାହିରେ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ସମାପ୍ତ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ