ଆସିକା ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ହରିହର ହାଇସ୍କୁଲର ୧୯୭୨ ବ୍ୟାଚର ବହୁ ବାଲ୍ୟ ବନ୍ଧୁ ମିଳିତ ହୋଇ ଶୁକ୍ରବାର ସେମାନଙ୍କର ପୁରୁଣା ସ୍ମୃତିକୁ ମା କରଞ୍ଜେଇଙ୍କ ପୀଠରେ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ହରିହର ହାଇସ୍କୁଲରେ ୧୯୭୨ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କେ.ଗୋପାଳକୃଷ୍ଣ ସେନାପତି, ଭି.କ୍ରିଷ୍ଣାସ୍ୱାମୀ ରାଓ, ଟି.ବିଷ୍ଣୁପ୍ରସାଦ, ଗୌରୀଶଙ୍କର ପାତ୍ର, ଡି.ମୋହନ ପାତ୍ର, ପ୍ରତାପ ଚନ୍ଦ୍ର ଗୌଡ, ଉଦୟନାଥ ବେହେରା, ରାମଚନ୍ଦ୍ର ଚୌଧୁରୀ, ସରୋଜ କୁମାର ପାଢୀ, ଶରତ ଚନ୍ଦ୍ର ଦାଶ, ରାମହରି ପାଢୀ, ମନ୍ମଥ ପାତ୍ର, ଆର୍‍.ଜେ.ଏସ୍‍.ପ୍ରଧାନ, ଅରୁଣକାନ୍ତ ପାଣିଗ୍ରାହୀ, ପିତାମ୍ବର ଜେନା, ଅଶୋକ କୁମାର ପଟ୍ଟନାୟକ, ଭବାନୀଶଙ୍କର ପଟ୍ଟନାୟକ, କେଦାରନାଥ କର, ସତ୍ୟ ନାରାୟଣ ଶତପଥୀ, ମୁରଲୀ ସାହୁ, ନରୋତ୍ତମ ପଣ୍ଡା, ସୁରେଶ ଦାଶ, ଗୋଲକ କର, ଦିଲୀପ ଦାଶ, ଇ.ନାଗେଶ୍ୱର ପାତ୍ରଙ୍କ ସମେତ ବହୁ ଛାତ୍ର ଓ ସେମାନଙ୍କ ସହଧର୍ମଣୀ ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୫୩ବର୍ଷ ପରେ ୧୯୭୨ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୭୨ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୧୯୭୨ ବ୍ୟାଚର ଦଶମ ଶ୍ରେଣୀର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସେହି ବ୍ୟାଚ୍‌ର ଛାତ୍ରଛାତ୍ରୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୧୯୭୨ ବ୍ୟାଚ୍‌ର ପୁରାତନ ଛାତ୍ର ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ