ପାରଳାରେ ମା କାମାକ୍ଷୀଙ୍କ ୭ ଦିନିଆ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସହରର ଓଡ଼ିଆ ଧୋବା ସାହି ଛକ ଠାରେ ଥିବା ମା କାମାକ୍ଷୀ ଠାକୁରାଣୀଙ୍କ ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା ଓ ପ୍ରସ୍ତୁତି ହାତକୁ ନିଆଯାଇଛି। ଏହି ଯାତ୍ରା ମାଙ୍କ ଆଶିଷରେ ଶାନ୍ତି ଶୃଙ୍ଖଳାରେ ସମାପନ ହେବା ପାଇଁ ଆଜି ପୂଜା ପାଠ କରି ଶୁଭଖୁଣ୍ଟି କରାଯାଇଛି। ପଣ୍ଡିତ ଜଗନ୍ନାଥ ରଥ ଶର୍ମା, ଶ୍ରୀଜଗନ୍ନାଥଙ୍କ ଭକ୍ତ ତଥା ପୂଜକ ସଞ୍ଜୟ ପାଢ଼ୀଙ୍କ ପରିଚାଳନାରେ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି. ପାରଳା ଓଡ଼ିଆ ଧୋବା ସାହିର ମା କାମାକ୍ଷୀ ଠାକୁରାଣୀ ଯାତ୍ରା କମିଟିର ବାବୁଲା ବେହେରା, ସୁବାସ ସେଠୀ ଜଣାଇଛନ୍ତି ମାଙ୍କ ଏହି ଯାତ୍ରା ଚଳିତ ମାସ 28 ତାରିଖ ଠାରୁ ଜୁନ ମାସ 4 ତାରିଖ ପର୍ଯ୍ୟନ୍ତ 7 ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ। ଏହି ଯାତ୍ରାର ସଫଳ ରୂପାୟନ ପାଇଁ ବର୍ତ୍ତମାନ ଠାରୁ କମିଟି ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ଆରମ୍ଭ କରାଯାଇଛି।