ଗଞ୍ଜେଇ ଚାଲାଣ ବେଳେ ଅଟୋ ସହ ଗଞ୍ଜେଇ ଜବତ:୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଡ଼ାମାରି ଚେକ୍ ଗେଟ୍ ଠାରେ ପୋଲିସ ଜବତ କରିଛି. ଏଥିରେ ପୋଲିସ ଏକ ଅଟୋକୁ ଜବତ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ କରୁଥିବା 2 ଜଣଙ୍କୁ ପୋଲିସ ଗିରଫ କରିଛି. ପୋଲିସ ଏହି  ଯାତ୍ରୀବାହୀ ଅଟୋ (ଓଡ଼ିଠ ଓଡ଼ି୦୭ ଏପି-୧୯୦୯)ରୁ ୪୨ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।  ଗିରଫମାନେ ହେଲେ ଗଜପତି ଜିଲା ମୋହନା ଥାନା ବୁରୁଢ଼ିଅ ଗ୍ରାମରେ ରହୁଥ‌ିବା ବାରିଆବନ୍ଧ ଗ୍ରାମର ଜିଶୟ ଶବର ଏବଂ ବାରିଆବନ୍ଧ ଗ୍ରାମର ଅରୁଣ ଗୌଡ଼ । ତପ୍ତପାଣି – ବ୍ରହ୍ମପୁର ୩୨୬ ନଂ ଜାତୀୟ ରାଜପଥ ପୋଡ଼ାମାରି ଫାଣ୍ଡି ପୁଲିସ ଚେକ୍ ଗେଟ୍ ନିକଟରେ ଥାନା ଏସ.ଆଇ ଶୁଭଲକ୍ଷ୍ମୀ କହଁର ସଦଳବଳେ ଗାଡ଼ି ଚେକିଂ କରୁଥିଲେ। ଗଜପତି ଜିଲାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଯାତ୍ରୀବାହୀ ଅଟୋକୁ ସନ୍ଦେହରେ ପୁଲିସ କର୍ମଚାରୀମାନେ ଅଟକାଇ ଖାନତଲାସ କରିବାରୁ ସେଥିରେ ୨ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ