ବିକାଶ ମେଳା ଉପରେ ସଚେତନତା କର୍ମଶାଳା
କଟକ,(ଓ୍ବାଇଏନଏସ) : କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଶିଳ୍ପଭିତ୍ତିକ ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବାଲିଯାତ୍ରା ତଳ ପଡିଆରେ ଅନୁଷ୍ଠିତ ବିକାଶ ମେଳାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଏମ ବିଶ୍ଵକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ଯ ପ୍ରକ୍ରିୟାକରଣ ଉଦ୍ଯୋଗ ଯୋଜନା, ଗୁରୁ ଶିଷ୍ୟ ପରମ୍ପରା ତାଲିମ, ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ତାଲିମ, ଶିଳ୍ପୀ ଗ୍ରାମ ଯୋଜନା, ହସ୍ତଶିଳ୍ପ କାରିଗରଙ୍କ କର୍ମଶାଳା ନିର୍ମାଣ ଯୋଜନା, ଶିଳ୍ପୀ ଉନ୍ନତି ଯୋଜନା, ନମୁନା ବିକାଶ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ଗୁଡିକୁ ପ୍ରୋତ୍ସାହନ ଦେବା ଦିଗରେ ବ୍ଯାଙ୍କଗୁଡିକର ଭୂମିକା ଉପରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ତରୁଣକାନ୍ତ ମହାନ୍ତି, ଦୀପାର ଟିମ ଲିଡ ଶ୍ରୀମତୀ ସୁସ୍ନାତା ମହାନ୍ତି, ଏଲଡିଏମ ୟୁକୋ ବ୍ଯାଙ୍କ ଶ୍ରୀ ରମଣ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଫଳ ଉଦ୍ୟୋଗୀମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା।