ପୂର୍ବ ଭାରତର ଶ୍ରେଷ୍ଠ ଶିଳ୍ପ ତାଲିମ କେନ୍ଦ୍ର ଭାବେ ସମ୍ମାନିତ ହେଲା ବଡ଼ବିଲ ଆଇଟିଆଇ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୂର୍ବ ଭାରତର ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ସ୍କିଲ ଇଣ୍ଡିଆ ମିଶନର ୧୦ ବାର୍ଷିକୀ ପୁର୍ତ୍ତୀ ଉପଲକ୍ଷେ ଅନୁଷ୍ଠିତହେଉଥିବା “ଭାରତ ସ୍କିଲନେକ୍ସଟ୍ – ୨୦୨୫ର ଉଦଘାଟନୀ ଉତ୍ସବରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କଠାରୁ ଡିଟିଇଟି ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓ ଆଇଟିଆଇ ବଡ଼ବିଲର ଅଧ୍ୟକ୍ଷ ଏହି ସମ୍ମାନ ଗ୍ରହଣ କରିଛନ୍ତି।ଏହି ସମ୍ମାନ ଦକ୍ଷତା ବିକାଶ ଅଭିଯାନକୁ ସାର୍ଥକ କରିବା ଓ ଭାରତର କାର୍ମିକ ଶକ୍ତିକୁ ସଶକ୍ତ କରିବା ଦିଗରେ ବଡ଼ବିଲ ଶିଳ୍ପ ତାଲିମ କେନ୍ଦ୍ର ଓ ସର୍ବୋପରି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।ଏହି ସମ୍ମାନ କେନ୍ଦୁଝର ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବ ଆଣିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ