୬ରୁ ଶାସଙ୍ଗରେ ବାଦୀପାଲା ମହୋତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ୪୨ ତମ ବାଦୀପାଲା ମହୋତ୍ସବ ଆସନ୍ତା ୬ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି। ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାଦୀପାଲାରେ ଜଗତସିଂହପୁର ପୁର ଜିଲ୍ଲାର ସୁନାମାଧନ୍ୟ ଗାୟକ ଅଭିରାମ ଶତପଥି ଓ ଖୋର୍ଦ୍ଧାର ଗାୟକ ଯୁବ ଭାସ୍କର ଜ୍ଞାନପ୍ରିୟ କାନୁନ ଗୋ ପାଲା ପରିବେଷଣ କରିବେ। ଏଥିପାଇଁ ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଞ୍ଜୟ ସ୍ୱାଇଁ, ଖଗେଶ୍ୱର ବାରିକ, ମୋହନ ଚରଣ ପାଢ଼ୀ, ଅନାଦି ଚରଣ ରାଉତ, ଦୁର୍ଯ୍ୟୋଧନ ବିଶ୍ୱାଳ, କୈଳାଶ ସୁବୁଦ୍ଧି, ବୀରଭଦ୍ର ବିଶ୍ୱାଳ, ବାବନ ସାହୁ, ସୁଧାଂଶୁ ଶେଖର ଆଇଚ, ବିଦ୍ୟାଧର ସ୍ୱାଇଁ, କାଠି ପ୍ରଧାନ, ସତ୍ୟାନନ୍ଦ ଜେନା, ପୂର୍ଣଚନ୍ଦ୍ର ଜେନା, ବୁଦ୍ଧଦେବ ଜେନା, ଶିବ ଜେନା, ସୁବଳ ଜେନା, ପରିଆ ଜେନା, ରମେଶ ଜେନା ଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇ ଏହି ପାଲା ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ନିଷ୍ପତି ନେଇଥିଲେ।


