ବଜରଙ୍ଗ ୟୁଥକ୍ଳବ୍ ପକ୍ଷରୁ ବୃକ୍ଷ ରୋପଣ
ହାଟଡିହି (ଓ୍ବାଇଏନଏସ) ବଜରଙ୍ଗ ୟୁଥକ୍ଳବ୍ ଅଁରା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ପ୍ରିୟ ରଞ୍ଜନ ରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ସମ୍ପାଦକ ଶିବପ୍ରସାଦ ରାଉତ କ୍ଲବସଦସ୍ୟ ସାଗର ଚରଣ ରାଉତ, ବିଜନପ୍ରସାଦ ନାୟକ, ସତ୍ୟବ୍ରତ ଜେନା, ଶକ୍ତିଧର ରାଉତ, ସନ୍ତୋଷ ପରିଡା, ରାଜେଶ କୁମାର ନାୟକ, ସୁଶୀଲ କୁମାର ବେହେରା, ଶରତ ଚନ୍ଦ୍ର ମାଝୀ, ବିଶ୍ଵମ୍ବର ବେହେରାଙ୍କ ସମେତ ୬୦ଜଣ ସଦସ୍ୟ ଉପସ୍ଥିତ ରହି ଗ୍ରାମର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ। ଗ୍ରାମ ପଞ୍ଚାୟତର ଅଧିକାଂଶ ସଚେତନ ନାଗରିକ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ |