ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା : ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପ୍ରତିବାଦ
ଛତ୍ରପୁର, ୧୫/୭: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଆତ୍ମହୁତି ଏବଂ ମୃତ୍ୟୁବରଣ ପାଇଁ ସମଗ୍ର ବ୍ୟବସ୍ଥା ଦାୟୀ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଯ୍ୟନ୍ତ ସମସ୍ତଙ୍କୁ ଛତ୍ରୀଜଣକ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କ ରେ ଜଣାଇଥିଲେ, କିନ୍ତୁ ନ୍ୟାୟ ପାଇଲେ ନାହିଁ, ଏଣୁ ଚରମ ନିଷ୍ପତ୍ତି ନେଲେ ଓ ଶେଷରେ ମୃତ୍ୟୁବରଣ କଲେ | ଏନେଇ ଆଜି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିକାଶ ନାୟକ ଙ୍କ ନେତୃତ୍ୱ ରେ ଯୁବକ ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଛନ୍ତି, ଏହା ସହ ଦୋଷୀଙ୍କ ବିରୁଦ୍ଧରେ କୋଠର ରୁ କୋଠର କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ସେମାନେ ଦାବି କରିଥିଲେ । ଏହା ସହ ଓଡିଶା ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ଯୁବନେତା ଅଶୋକ ପଟ୍ଟନାୟକ, ଇଜୁ ଆମିନ ଖାନ, ସଞ୍ଜୟ କୁମାର ମଣ୍ଡଳ, ଛାତ୍ର ଜିଲ୍ଲା ନେତା ମହେଶ କୁମାର ଗୌଡ଼,ନରେଶ ଘଡ଼େଇ, ଆଶିଷ ଦଳାଇ, ଜିତେନ୍ଦ୍ର ଘଡ଼ାଇ ଓ ଜଗନ୍ନାଥ ନାୟକ ଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ