ସମସ୍ୟା ଭୋଗୁଛନ୍ତି କେ ବାଲିପାଳ ପଞ୍ଚାୟତବାସୀ

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଦିବାସୀ ଅଧୁଷିତ କେ ବାଲିପାଳ  ପଞ୍ଚାୟତର ଅଧୂବାସୀ ମୋବାଇଲ୍ ଓ ଇଣ୍ଟରନେଟ୍ ସେବାରୁ ବାଦ ହୋଇଛନ୍ତି। ହାଟଡିହି ବ୍ଳକ୍ ସଦର ମହକୁମାଠାରୁ ୪୦ କିମି ଦୂରରେ ରହିଥ‌ିବା ଉକ୍ତ ପଞ୍ଚାୟତର କେ ବାଲିପାଳ, ମୟୁରନଚା, ଭଅଁରା, ସରମୁଣ୍ଡି, ରାଇଘାଟି ମଲ୍ଲିପଷି ଆଦି ଗାଁର ଲୋକେ ଜରୁରୀକାଳୀନ ସୂଚନା ଆଦାନପ୍ରଦାନ କରିନପାରି ସମସ୍ୟା ଭୋଗୁଛନ୍ତି। ଗାଁ ମଧ୍ୟରେ ମୋବାଇଲ୍ ନେଟ୍‌ଓ୍ୱାକ୍‌ ଆସୁ ନଥୁବା ବେଳେ ଲୋକେ ପାହାଡ଼ ଓ ଗଛରେ ଛଢ଼ି ନେଟଓ୍ୱାର୍କ ଖୋଜୁଥିବା ଦେଖାଯାଉଛି। ଏପରିକି  ନେଟ୍‌ୱାର୍କ ଆସୁଥିବା ସ୍ଥାନରେ ଲୋକେ ଭିଡ଼ ଜମାଇ ମୋବାଇଲ୍ ବ୍ୟବହାର କରୁଛନ୍ତି।  ଖରା, ବର୍ଷାରେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ସରକାର ପକ୍ଷରୁ ପ୍ରତି ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦିଆଯାଇଥିବା ଟାବଲେଟ୍‌ ମଧ୍ଯ କାମରେ ଆସିପାରୁନି। ସେମାନଙ୍କୁ ଅନ୍‌ଲାଇନ୍‌ରେ ସରକାରୀ କାର୍ଯ୍ୟ କରିବାକୁ ନେଟୱାର୍କ ଆସୁଥିବା ଅଞ୍ଚଳକୁ ଯିବାକୁ ପଡ଼ୁଛି।   ଜରୁରୀକାଳୀନ ସମୟରେ ଅଗ୍ନିଶମ ବାହିନୀ, ପୁଲିସ କିମ୍ବା ଆମ୍ବୁଲାନ୍ସକୁ ଯୋଗାଯୋଗ କରି ହେଉନାହିଁ । ମୋବାଇଲ୍ ନେଟ୍‌ଓ୍ୱାର୍କ ନିମନ୍ତେ ୨/୩ କିମି ଦୂରରେ ରହିଥ‌ିବା ଉଚ୍ଚ ପାହାଡ ନିକଟକୁ  ଯିବାକୁ ପଡ଼ୁଛି । ଏବେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଉକ୍ତ ପଞ୍ଚାୟତର ଅଧିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ହେଉଥିବା ଅନ ଲାଇନ ଆବେଦନ ବେଳେ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଉକ୍ତ ପଞ୍ଚାୟତର ସମସ୍ତ ଗାଁରେ ଯେପରି ମୋବାଇଲ୍‌ ନେଟ୍ ଓ୍ୱାର୍କ ଆସିପାରିବ ସେଭଳି ସ୍ଥାନ ଚିହ୍ନଟ କରି ଟାୱାର ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିରାମ ପୂର୍ତ୍ତି, ସୁନାରାମ ପୂର୍ତ୍ତି,ରାଉତ ହୋ,ବ୍ରଜ ହେମ୍ବ୍ରମ,ଲାଦୁ ଗୋଇପାଇ,ମୁଚିରାମ ହୋ,ଜେନା ମହାକୁଡ଼, ରାମଚନ୍ଦ୍ର ଟୁଡୁ, ହେମନ୍ତ ମାଝୀ,ସାଉଁରୀ ପୂର୍ତ୍ତି,ଆରତି ମୁର୍ମୁ,କାନ୍ଦିରୀ ସୋରେନ,ମାନ୍ୟା ସୋରେନ,ପାନ ସୋରେନ, ଗୁରୁବାରୀ ପୂର୍ତ୍ତି,ମେଚ ବିଦ୍ରା,ସୁମୀ ପୁର୍ତ୍ତି,ସୁତୁରୀ ପୂର୍ତ୍ତି, ରାଉତ କାଣ୍ଡିହାଂ,ନରି ନାଇକ, ଭାଗିରଥି,ନାଇକ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ