ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି,ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ଡ଼ାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଦିଗପହଣ୍ଡି ରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।ରାଜ୍ୟବାସୀଙ୍କ ଗଣତାନ୍ତ୍ରିକ ଅଧିକାର, ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା,ଏମଏମଡିଆର୍ ସଂଶୋଧନ ଆଇନ କୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା,ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କୁ ତୁରନ୍ତ ବରଖାସ୍ତ କରାଯିବା,ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା, ଶ୍ରମିକ ସ୍ବାର୍ଥ ବିରୋଧୀ ୪ ଟି ଶ୍ରମ କୋଡ଼ ରଦ୍ଦ କରାଯିବା ସହ ଦେଶର ଶ୍ରମିକ,କୃଷକ,ଛାତ୍ର,ଯୁବକ,ମହିଳା,ଆଦିବାସୀ,ସଂଖ୍ୟାଲଘୁ,ଦଳିତ ଓ ବୁଦ୍ଧିଜୀବୀ ଙ୍କ ଉପରେ ଚରମ ଆକ୍ରମଣ ବନ୍ଦ କରାଯିବା ପ୍ରମୁଖ ଜନଦାବୀ ପୁରଣ ପାଇଁ ଏହି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ କଂଗ୍ରେସ,ସିପିଆଇ,ସିପିଆଇ(ଏମ) ର ବହୁସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ।ଫଳରେ ଗଜପତି,କନ୍ଧମାଳ,ରାୟଗଡ଼ା,କୋରାପୁଟ, ମାଲକାନାଗିରି ପ୍ରଭୃତି ଅଞ୍ଚଳକୁ ଯାତ୍ରୀବାହୀ ବସ,ମାଲବାହୀ ଟ୍ରକ ଚଳାଚଳ ବନ୍ଦ ରହିଥିଲା। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ବାମପନ୍ଥୀ ନେତା ବିଘ୍ନେଶ୍ୱର ସାହୁ,ବୃନ୍ଦାବନ ପଣ୍ଡା, ସିପିଆଇ(ଏମ) ର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ। ପରେ ଦଳୀୟ କର୍ମୀ ବୃନ୍ଦ ବାଇକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଦୋକାନ ବଜାର ,ସ୍କୁଲ କଲେଜ,ଅଫିସ ଦପ୍ତର ବନ୍ଦ କରିଥିଲେ। ଏନଏସି କାଉନସିଲର ଦୀପକ ମିଶ୍ର, ସୁନୀଲ ପଣ୍ଡା,ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼,ଅଭିମନ୍ୟୁ ଜାନି, ଗୋବିନ୍ଦ ପାଣିଗ୍ରାହୀ, ସିପିଆଇ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର,ଶାଖା ସମ୍ପାଦକ ତପନ କୁମାର ମିଶ୍ର, ପ୍ରକାଶ ସେଠୀ ,ହରପ୍ରସାଦ ରଥ,ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥି, ଦୈତାରି ରେଡ୍ଡୀ, ସିପିଆଇ(ଏମ) କାର୍ଯ୍ୟକର୍ତ୍ତା ସୁଶାନ୍ତ ଷଡଙ୍ଗୀ, ଭି.ସୁଦର୍ଶନ ରାଜୁ,ଶଶୀ ଭୂଷଣ ରଥ, ପି.ଶିବଶଙ୍କର, ସମ୍ଭବ କୁମାର ତ୍ରିପାଠୀ, ରସାନନ୍ଦ ରାଉତ,ଶଙ୍କର ରାଓ, ମୂଷା ବେହେର,ଏମ. ବାଇନାଥ, ମଣ୍ଟୁ ପାତ୍ର, ବାଲ୍ମୀକି ବେହେରା,ଗୌରଚନ୍ଦ୍ର ପୂଜାରୀ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ବହୁ ସଂଖ୍ୟକ ଦଳୀୟ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ।