ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର, (ଓ୍ବାଇଏନଏସ) :  ଛତ୍ରପୁର ସ୍ଥିତ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ  ଜିଲ୍ଲା ର ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆସିକା ସାଂସଦ ଅନୀତା ଶୁଭ ଦର୍ଶନୀ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ରୁ ଲୋକ ମାନେ କିପରି ଉପଯୁକ୍ତ ଲାଭ ପାଇବେ ଏବଂ ସେମାନଂକୁ ସଠିକ ସେବା ଯୋଗାଇବା ନିମନ୍ତେ ବ୍ୟାଙ୍କ ଗୁଡିକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।  ଏହା ସହ ଶିକ୍ଷା ଋଣ  ବିଷୟରେ  କଲେଜ ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ସ୍ତର ରେ ବ୍ୟାପକ ସଚେତନତା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦେଶ ଦେଇଥିଲେ,  ଗଞ୍ଜାମ ଜିଲ୍ଲାର ସର୍ବ ମୋଟ ୩୨ ଟି ବ୍ୟାଙ୍କ ସହ ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ୪୪୩ ଟି ଶାଖା ରହିଛି । ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ବ୍ୟାଙ୍କର ମୋଟ   ୩୩୦୦୫କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ମୋଟ ୨୦୯୪୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହା ଦ୍ୱାରା ଋଣ ଓ ଜମାର ଅନୁପାତ ଶତକଡା   ୬୩. ୪୫ ପ୍ରତିଶତ ହୋଇଛି । ଗତ ଆର୍ଥିକ ବର୍ଷ ୨୦୨୪ – ୨୫  ମାର୍ଚ୍ଚ ୨୦୨୫ ସୁଦ୍ଧା  କୃଷି କ୍ଷେତ୍ର ରେ ୧୨୧ ପ୍ରତିଶତ, ଛୋଟ,ଖୁଦ୍ର, ଲଘୁ ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ର ରେ ୯୦ ପ୍ରତିଶତ, ଶିକ୍ଷା କ୍ଷେତ୍ର ରେ ୯୧ ପ୍ରତିଶତ ଓ ଅନ୍ୟାନ୍ୟ କ୍ଷେତ୍ରରେ ୯୧ ପ୍ରତିଶତ ଋଣ ପ୍ରଦାନ କରାଯାଇଛି, ଏହା ସାଙ୍ଗକୁ ବ୍ୟାଙ୍କ ମାନଙ୍କ ଦ୍ୱାରା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଇଛି,  ।  ଏହି ଅବସର ରେ ଚଳିତ ଆର୍ଥିକ ବର୍ଷ ୨୦୨୫ – ୨୬ ପାଇଁ ଜିଲ୍ଲାର ଋଣ ଯୋଜନା ପୁସ୍ତିକା କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମଚୋନ। କରିଥିଲେ ।   ଜିଲ୍ଲା ପାଇଁ ଚଳିତ  ଆର୍ଥିକ ବର୍ଷ ପାଇଁ ସର୍ବ ମୋଟ ୧୬୬୫୯. ୪୨ କୋଟି ଟଙ୍କା ର ବ୍ୟାଙ୍କ ମାନଙ୍କ ଦ୍ୱାରା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।  କୃଷି କୁ ପ୍ରାଧାନ୍ୟ  ଦିଆଯାଇ  ୭୧୪୯ କୋଟି,   ଖୁଦ୍ର, ଲଘୁ ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୭୮୧୨ କୋଟି ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ  ୧୬୯୮ କୋଟି ଏବଂ ଅଣ ପ୍ରାଥମିକତା  କ୍ଷେତ୍ରରେ ୩୭୫୦ କୋଟି ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ  ରଖା ଯାଇଛି,    ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ୟୁନିୟନ ବ୍ୟାଙ୍କ ର ରିଜନାଲ ହେଡ଼ ରଜତ କୁମାର ପଣ୍ଡା, ଆରଵିଆଇ ଭୁବନେଶ୍ୱର ର  ରାହୁଲ କାନ୍ତ, ନର୍ବାଡ଼ ର ଡି ଡି ଏମ ସଂଜୀବ ମିଶ୍ର, ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଆ ଏମ  ଖୁର୍ଶୀଦ  ଆବାନୀ ଓ ଏଲଡିଏମ ହିମାଂଚଳ ସାହୁଙ୍କ ସମେତ ବହୁ  ଅଧିକାରୀ ମାନେ ଉପସ୍ଥିତ ଥିଲେ, ଶେଷ ଏଲଡିଏମ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ