ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତର ଘଟଣା: ତହସିଲଦାରଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତର କୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି।ବ୍ୟାଙ୍କ କୋଠା ସ୍ଥାନାନ୍ତର କୁ କିଛି ଗ୍ରାମବାସୀ ବିରୋଧ କରୁଛନ୍ତି। ମଙ୍ଗଳବାର ସରପଞ୍ଚ ଗାୟତ୍ରୀ ବ୍ରହ୍ମା ବ୍ୟାଙ୍କ ସ୍ଥାନାନ୍ତର କୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ସଭା ଡାକିଥିଲେ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଗ୍ରାମବାସୀ ସଭା କୁ ଯାଇଥିଲେ।ପରେ ସେଠାରେ ନିଷ୍ପତ୍ତି ଅନୁଯାୟୀ ସରପଞ୍ଚ ଙ୍କ ସମେତ ଟୁକୁନା ସାହୁ , ଶାନ୍ତନୁ ପଣ୍ଡା , ଦିବ୍ୟସିଂହ ପଣ୍ଡା , ଜଗନ୍ନାଥ ସୁଆର , କୃଷ୍ଣଚନ୍ଦ୍ର ପଣ୍ଡା , ରବିନ୍ଦ୍ର ମହାନ୍ତି , ଲିଙ୍ଗରାଜ ପଣ୍ଡା , ବାଙ୍କ ବିହାରୀ ପଣ୍ଡା ପ୍ରମୁଖ ବହୁ ସଂଖ୍ୟକ  ଗ୍ରାମବାସୀ ଦିଗପହଣ୍ଡି ରେ ପହଞ୍ଚି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷ ଧରି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭୀଷ୍ମଗିରି  ପଞ୍ଚାୟତର ଏକ କୋଠା ରେ  ପରିଚାଳିତ ହୋଇ ଆସୁଥିଲା । କିନ୍ତୁ ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ କୁ କଳିଙ୍ଗ ବୈଶ୍ଯସମାଜ ର ଏକ ଗୃହକୁ ସ୍ଥାନାନ୍ତର ହେଉଥିବା ଗ୍ରାମବାସୀ ଜାଣିବା ପରେ ଏହାକୁ ବିରୋଧ କରି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ,ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏବଂ ବିଡ଼ିଓ ଅନାମିକା ପାଣ୍ଡେ ଙ୍କ ସମେତ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସରପଞ୍ଚ  କହିଛନ୍ତି।ଅପରପକ୍ଷରେ ପଞ୍ଚାୟତ ଅଧିନରେ ଥିବା ବ୍ୟାଙ୍କ କୋଠା ଟି ଦୀର୍ଘବର୍ଷ ହେଲା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଛାତର ପଲସ୍ତରା ଖଣ୍ଡ ଛାଡି ଗ୍ରାହକ ଙ୍କ ଉପରେ ପଡୁଛି।ସାମାନ୍ୟ ବର୍ଷା ହେଲେ ଛାତ ରୁ ପାଣି ଗଳୁ ଥିବାରୁ ବନ୍ଧକ ସୁନା ଓ ଋଣ ଗ୍ରହୀତା ଙ୍କ ନଥିପତ୍ର ସେଠାରେ ରଖିବା ଦୁରୁହ ବ୍ୟାପାର ହୋଇଛି।ତେଣୁ ବ୍ୟାଙ୍କ କୋଠା ସ୍ଥାନାନ୍ତର କରାଯିବା ନିହାତି ଜରୁରୀ ବୋଲି ବହୁ ସଂଖ୍ୟକ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ଏନେଇ ବ୍ୟାଙ୍କ ଶାଖା ପରିଚାଳକ କମଳ ଲୋଚନ ମହାନ୍ତି ଙ୍କୁ ପଚାରିବାରୁ ବହୁବର୍ଷ ର କୋଠା ଟି ଭାଙ୍ଗିରୁଜି ଗଲାଣି।ବ୍ୟାଙ୍କ ପକ୍ଷରୁ ପଞ୍ଚାୟତ କୁ ମାସିକ ୨୫ ଶହ ଟଙ୍କା ଭଡ଼ା ଦିଆଯାଉଛି।ବାରମ୍ବାର ଚିଠି କରାଯିବା ସତ୍ତ୍ବେ କୋଠା ମରାମତି କରାଯାଉନାହିଁ।ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ମାତ୍ର ୧ ଶହ ମିଟର ଦୂର କୁ ଘୁଞ୍ଚାଯିବା ପାଇଁ ନିଷ୍ପତ୍ତି ହୋଇଛି।ତେଣୁ ଗ୍ରାହକ ମାନଙ୍କ କୌଣସି ପ୍ରକାର ଅସୁବିଧା ହେବନାହିଁ।ଯେ ହେତୁ ବହୁବର୍ଷ ହେଲା ସେଠାରେ ପଞ୍ଚାୟତ ଅଧିନ କୋଠା ରେ ବ୍ୟାଙ୍କ କାର୍ଯ୍ୟ କରୁଛି।ତେଣୁ କିଛି ବ୍ୟକ୍ତି ଭାବୁକ ହୋଇ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତର କୁ ବିରୋଧ କରୁଥିବା ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ