ରେଡକ୍ରସ ପାଣ୍ଠି ସହ ବ୍ୟକ୍ତିଗତ ସହାୟତା ଦେଲେ ପୋଲସରା ବିଡ଼ିଓ
ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମର କିଶୋର ସାହୁ ଗତ ସାବିତ୍ରୀ ଅମାବାସ୍ୟା ଦିନ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଓ ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ସରକାରୀ ସହାୟତା ପ୍ରଦାନ କରିବା ଲାଗି ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁନ ୩ ତାରିଖ ଦିନ ବିଡ଼ିଓ ଶଶିଭୂଷଣ ମହାପାତ୍ର ମୃତକଙ୍କ ପରିବାର ନିକଟରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ଚେକ ମୃତକଙ୍କ ପତ୍ନୀ ଭାଗ୍ୟଲତା ସାହୁଙ୍କୁ ପ୍ରଦାନ କରିଥିଲେ। ଏଥିସହ ବିଡ଼ିଓ ଶ୍ରୀ ମହାପାତ୍ର ନିଜେ ବ୍ୟକ୍ତିଗତ ଭାବେ ନଗଦ ୫ ହଜାର ଟଙ୍କା ମୃତକଙ୍କ ପତ୍ନୀ ଭାଗ୍ୟଲତା ସାହୁଙ୍କୁ ପ୍ରଦାନ କରିଥିଲେ। ସହାୟତା ପ୍ରଦାନ ସମୟରେ ସାଂସଦ ପ୍ରତିନିଧି ଶରତ ପାଣିଗ୍ରାହୀ, ଯନ୍ତ୍ରୀ ଶରତ କୁମାର ମଲ୍ଲ, ସରପଞ୍ଚ ଜିତୁ ବିଷୋୟୀ, ପିଇଓ ସନ୍ତୋଷ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ମୃତକଙ୍କ ପରିବାରକୁ ବିଡ଼ିଓ ଶ୍ରୀ ମହାପାତ୍ରଙ୍କ ବ୍ୟକ୍ତିଗତ ସହାୟତା ପ୍ରଦାନକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।