ଓକିଲ ସଂଘ କାର୍ଯ୍ୟାଳୟରେ ବେଲ ସେମିନାର
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସର ରେ ସଭାପତି ଏଲ୍.ଗୋପାଲ ରାଓଙ୍କ ଅଧ୍ୟକ୍ଷତାରେ (ବେଲ )”ଜାମିନ” ସମ୍ବନ୍ଧୀୟ ଏକ (କର୍ମଶାଳା) ସେମିନାର ଅନୁଷ୍ଠିତ ହୋଇଯାଇଛି l ଜାମିନ (ବେଲ )ହେଉଛି କୋଣସି ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରିବା ର ଆଇନଗତ ପ୍ରକ୍ରିୟା l ଅଦାଲତଙ୍କ ସର୍ତ୍ତ ଅନୁଯାୟୀ, ଜାମିନଦାର ଏବଂ ମୁଚାଲିକା ଦାଖଲ କରି ଅଭିଯୁକ୍ତ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜେଲରୁ ବାହାରେ ରହିପାରନ୍ତି ।ଭାରତୀୟ ଆଇନ ବ୍ୟବସ୍ଥାରେ ଜାମିନ ପ୍ରମୁଖତଃ ତିନି ପ୍ରକାରର ହୋଇଥାଏ:ନିୟମିତ ଜାମିନ, ଅଗ୍ରୀମ ଜାମିନ ଓ ଅନ୍ତରୀଣ ଜାମିନ l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ ଜିଲ୍ଲା ଦୌରା ଜଜ୍ (ଛତ୍ରପୁର ) ପ୍ରଦୀପ କୁମାର ସାମଲ ଯୋଗଦେଇ ଜାମିନ (ବେଲ )ର ବିଭିନ୍ନ ଦିଗ ଉପରେ କହିବା ସହିତ ଏହାର କଣ ବ୍ୟବସ୍ଥା ରହିଛି ସେ ସମ୍ପର୍କ ରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ସିନିୟର ସିଭିଲ ଜଜ୍ ପୂଜା ଦେ, ଏସ୍ଡିଜେଏମ୍ ବିଷ୍ଣୁପ୍ରିୟା ସାମନ୍ତରାୟ, ଜେଏମ୍ଏଫସି ସ୍ୱାଗତିକା ସ୍ୱାଇଁ ଓ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟ ରେ ଛତ୍ରପୁର ଓକିଲ ସଂଘର ଉପସଭାପତି ପ୍ରଦୀପ କୁମାର ପଲାଇ, ସାଧାରଣ ସମ୍ପାଦକ କେ. ଦୁର୍ଯ୍ୟୋଧନ ରେଡ୍ଡୀ, ଲାଇବ୍ରେରୀ ସେକ୍ରେଟାରୀ ଏନ. ଗୋପୀ ଙ୍କ ସମେତ ବହୁ ବରିଷ୍ଠ ଏବଂ ଯୁବ ଆଇନଜୀବୀ ମାନେ ଏହି ସେମିନାର ଅଂଶ ଗ୍ରହଣ କରିଥିଲେ l


