୨୨ ଓ ୨୩ରେ ସୁଭଦ୍ରା ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (ସମୀର ରଞ୍ଜନ ନାୟକ ): ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ୨୨ ଓ ୨୩ ତାରିଖରେ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ପୁଣି ସୁଭଦ୍ରା ଟଙ୍କା  ମିଳିବ । ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି, ସେମାନେ ସର୍ଭେ ପରେ ଯୋଗ୍ୟ ବିବେଚିତ ହେଲେ, କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସେମାନଙ୍କୁ ଏକାଥରେ ମିଳିବ ଦୁଇଟି କିସ୍ତି । ଅର୍ଥାତ୍ ୧୦ ହଜାର ଟଙ୍କା । ବର୍ତ୍ତମାନ ସୁଭଦ୍ରା ଯୋଜନାରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀ ବାଦ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ