ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ ଶିବିର ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷ ଏସ. ଶାରଦା ରେଡ୍ଡୀ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ସାଂସଦ ପ୍ରତିନିଧି ଆର. ସନ୍ତୋଷ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ, ବିଏଫଓ ଗିରିଶ ଚନ୍ଦ୍ର ମହାରଣା,  ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧି କାରୀଣି ସସ୍ମିତା ସ୍ୱାଇଁ ଯୋଗଦେଇ ସରକାର ଙ୍କ ସମସ୍ତ ଯୋଜନା ଗୁଡିକ ର କିପରି  ସୁବିଧାରେ ହିତାଧିକାରୀ ମାନେ ପାଇବେ ସେଥିପାଇଁ  ସମସ୍ତେ କାର୍ଯ୍ୟ କରିବାକୁ ପଡିବ ବୋଲି  କହିଥିଲେ,   ଏହି ଶିବର ରେ ଛତ୍ରପୁର ବ୍ଲକର ୧୮ ଗୋଟି ପଂଚାୟତ ଓ ଏନଏସି ର ବିଭିନ୍ନ ୱାର୍ଡ ରୁ ଆସିଥିବା ୨୬୦ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ନାମ ପଞ୍ଜିକୃତ ହୋଇଥିଲା, ୩ଜଣଙ୍କୁ ଟ୍ରାଇ ସାଇକେଲ, ୨ଜଣଙ୍କୁ ହୁଇଲ ଚ୍ୟାୟର, ଜଣଙ୍କୁ ସିପି ଚେୟାର ଏବଂ  ଜଣ ଙ୍କୁ ଏମଏସଆଇଇ ଡି କିଟ   ଦିଆଯାଇଛି,  ଏହାସହ ୪୮ ଜଣ ବସ ପାସ, ୪୮ଜଣ ଟ୍ରେନ ପାସ, ୫୬ ଜଣ ଙ୍କୁ ୟୁଡ଼ି ଆଇ ଡି କାର୍ଡ, ୨୫ ବ୍ୟାଙ୍କ ଋଣ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ୫ଜଣ ଙ୍କୁ ରାସନ କାର୍ଡ ନିମନ୍ତେ ଚିନ୍ହଟ କରାଯାଇଥିବା ବେଳେ ଜଣଙ୍କୁ  ଇନକମ ସାର୍ଟିଫିକେଟ ଏବଂ  ବହୁ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗମୋହନ ସେନାପତି, ଓଡିଶା ଜୀବିକା ମିଶନ ର ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ