ବିଜୁ ଯୁବ-ଛାତ୍ରଜନତା ଦଳର ପ୍ରସ୍ତୁତି ବୈଠକ

ଆସିକା (ୱାଇଏନ୍‍ଏସ୍‍): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୮ ତାରିଖରେ ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜନଜାଗରଣ ଅଭିଯାନରେ ଯେପରି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧିକରୁ ଅଧିକ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନେ ଯୋଗଦେଇପାରିବେ ଓ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିପାରିବେ ତାହାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ମାର୍ଗଦର୍ଶନରେ ବିଜେଡି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଥିବା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ବିଜୁ ଜନତା ଦଳ ରାଜ୍ୟରେ ସରକାରରେ ନଥିଲେ ବି ବିଜେଡି ଉପରେ ହଜାର ହଜାର ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି ଓ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ବିକାଶ ପାଇଁ ଅତୀତରେ ଦୀର୍ଘ ୨୪ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିଥିବା ବହୁବିଧ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରି ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜନଜାଗରଣ ଅଭିଯାନର ସଫଳ ରୂପାୟନ ସକାଶେ ବିଜେଡି କାର୍ଯ୍ୟାଳୟରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ସରପଞ୍ଚ ଜୟସେନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ଜନଜାଗରଣ ଅଭିଯାନ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବିଜୁ ଯୁବ ଛାତ୍ର ଜନତା ଦଳର ନେତା ମୁନା ବାରିକ, ଟୁକୁନା ବିଷୋୟୀ, ପ୍ରତାପ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, ମଧୁସୂଦନ ସ୍ୱାଇଁ, କାହ୍ନୁଚରଣ ଦଳେଇ, ବିମଳ ପ୍ରଧାନ, ନିଳାଞ୍ଚଳ ମଣ୍ଡଳ, ଟୁକୁନା ନାହାକ, ଅଜୟ ନାହାକ, ଦେବାଶିଷ ପଣ୍ଡା, ସଂଜୀବ କୁମାର ମହାରଣା, ସାଇରାଜ ଦଳେଇ, ମନୋଜ ନାହାକ, ବିଚିତ୍ର ଦଳେଇ, ବାପିନା ଜେନା, ଭଗବାନ ବିଶ୍ୱାଳ, ଶିବରାମ ପାଣିଗ୍ରାହୀ, କେଶବ ଦାଶ, ପ୍ରଦୀପ କୁମାର ମୁନି, ପୂର୍ଣ୍ଣଚନ୍ଦ୍ର ଗୌଡ, ଶଙ୍କର ନାହାକ, ସିମାଞ୍ଚଳ ସ୍ୱାଇଁ, ସାଗର ପାତ୍ର, ମନୋଜ ପ୍ରଧାନ, ଉଦିତ୍‍ ନାରାୟଣ ପାଢୀ, ନିିଳାଞ୍ଚଳ ମହାରଣା, ଦୀପକ ଚର୍ଚ୍ଚିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ