ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକର ମୃତ୍ୟୁ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡାଠାରୁ ଜଗନ୍ନାଥ ପୁର ଯିବା ବୁଲାଣିରେ ଟ୍ରାକ୍ଟର କୁ ଧକ୍କା ଦେଇ ବାଇକ ଚାଳକ ଯୁବକ ର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ମାଧବ ନାଲା ଙ୍କପୁଅ ରାଜା ନାଲା (୧୮) ପୂଜାରୀଗୁଡା ପଞ୍ଚାୟତର ବିନିସପୁର ବାଟ ଦେଈ ଶିବ ଦର୍ଶନ ପାଇଁ ଯାଉଥିବା ବେଳେ ବିପରୀତ ଦିଗରୁ ବିନିସପୁର ଘାଟରୁ ବାଲି ବୋଝେଇ କରି ଯାଉଥିବା ଟ୍ରାକ୍ଟର କୁ ଭାରସାମ୍ୟ ହରାଇ ଡାଲାରେ ପିଟି ଥିଲା। ଯାହାଫଳରେ ଘଟଣା ସ୍ଥଳରେ ପଡି ଛଟପଟ ହେଉଥିଲା। ଉକ୍ତ ଖବର ପରିବାର ଓ ଗ୍ରାମବାସୀ ଜାଣି ସଙ୍ଗେ ସଙ୍ଗେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଥିରେ ଡାକ୍ତର ଆଶିଷ ମେହେର ଦେଖିବା ବେଳେ ତାର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ଉକ୍ତ ଖବର ପୁଲିସ ପାଇ ଏ ଏସ ଆଇ ଦିଲ୍ଲୀପ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର ୯୧/୨୫ରେ ଦୁର୍ଘଟଣାରେ ମାମଲା ରାଜୁ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛନ୍ତି।


