ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦଙ୍କ ଜନ୍ମ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ୬୬ତମ ପୂଣ୍ୟ ଜନ୍ମ ଉତ୍ସବ୍ୱହାସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ସୀତାନବମୀ ଅବସରରେ ନିଆଳି ମେରୀବଟ ଆଶ୍ରମ ପରିସରରେ ଶ୍ରୀମାଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବିଷ୍ଣୁମହାଯଜ୍ଞର ପ୍ରଥମ ଦିବସରେ ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶ୍ରୀମା’ଙ୍କ ପୂଣ୍ୟ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଏଥିସହିତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ, ପିଙ୍ଗଳ ଓ କୋରୋ ଆଶ୍ରମରେ ମଧ୍ୟ ନଗର ପରିକ୍ରମା, ଗୁରୁ ପାଦୁକା ପୂଜନ, ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କରାଯାଇଥିଲା। ତତ୍ସହିତ ବୃକ୍ଷରୋପଣ ଓ ଅସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯିବା ସହ ବିଶିଷ୍ଟ ଲୋକମାନଙ୍କ ଦ୍ୱାରା ଶ୍ରୀମାଙ୍କ ସାଧନାମୟ ଜୀବନ ଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ