ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରାେହ

ରାଇକିଆ,୧୪/୬-(ପ୍ରଦୀପ ବେହେରା)- ଦେଶ ରେ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ରେ  ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତି ହୋଇଛି । ଏହି ଅମୃତ କାଳ ରେ ଉତ୍ତମ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଜନ ସାଧାରଣ ଙ୍କ ସରକାର ଙ୍କ ପ୍ରତି ଆସ୍ଥା ବଢ଼ାଇଛି । ଏହାକୁ ତୃଣ ମୂଳ ସ୍ତର ରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶତ ପ୍ରତିଶତ କାମ କରିବା ସହ ସଚେତନତା ଦିଗ ରେ କାର୍ଯ୍ୟ କରିବା ପାଇଁ ଭାଜପା ତରଫରୁ ଆହ୍ବାନ କରଯାଇଛି । ରାଇକିଆ ଭାଜପା ର ୧୮ ନୋ ଜୋନ ର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଣ୍ଡଳ ସ୍ତରୀୟ କର୍ମଶାଳା ରେ ଅତିଥି ଭାବରେ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ମଣ୍ଡଳ ସମ୍ପାଦକ ସନକ ଦିଗାଲ ଯୋଗ ଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।  ଏଥି ସହ ଦଳିୟ ସଙ୍ଗଠନ କୁ ଅଧିକ ସକ୍ରିୟ କରିବା ପାଇଁ ଦଳୀୟ କର୍ମୀ ଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।  ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସିତଦେବୀ ପ୍ରଧାନ, ତରୁଣ ସେନ ପ୍ରଧାନ, ପ୍ରଭାକର ପ୍ରଧାନ, ନାରାୟଣ ଦଳାଇ , ଜିତୁ ପାତ୍ର, ସାମନ୍ତ ପ୍ରଧାନ ଙ୍କ ସମେତ ବିଭିନ୍ନ ପ୍ରତିନିଧି ଏବଂ କର୍ମୀ ମାନେ ଯୋଗ ଦେଇଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ